Odia News Portal

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପରୀର ପରିବାର

ସୁପ୍ରିମକୋର୍ଟ ନିର୍ଦ୍ଦେଶ ମାନି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପରୀର ପରିବାର। ନୟାଗଡ଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ପରୀ ମା’। ପ୍ରଥମେ ରିଟ୍ ଓ ପରେ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଏନେଇ ଆବେଦନ କରାଯାଇଥିଲା। ହାଇକୋର୍ଟ ରିଟ୍ ପିଟିସନକୁ ଖାରଜ କରିଦେଇଥିଲେ। ତେଣୁ ପରିବାର ସୁପ୍ରିମକୋର୍ଟର ଆବେଦନ କରିଥିଲେ। ଏହାପରେ ସୁପ୍ରିମକୋର୍ଟ ରାୟ ଦେଇ କହିଛନ୍ତି ଯେ, ହାଇକୋର୍ଟ ହିଁ ପରୀ ମୃତ୍ୟୁ ମାମାଲାର ଶୁଣାଣି କରିବେ।
ସେପଟେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ ଥାଉ ଥାଉ ନିଜେ ନଲଢି, କାହା ସ୍ୱାର୍ଥରେ ଦାମୀ ଓକିଲ ନିଯୁକ୍ତ କରିଥିଲେ, ତାର ଉତ୍ତର ରଖନ୍ତୁ। ଲେଖାଶ୍ରୀଙ୍କ ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।