Odia News Portal

ଭିଜିଲାନ୍ସ ଜାଲରେ କୋଅପରେଟିଭ ସୋସାଇଟି ଇନ୍ସପେକ୍ଟର

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସର୍ଗିପାଲୀର କୋଅପରେଟିଭ ସୋସାଇଟି ଓ ନିୟନ୍ତ୍ରିତ ବଜାର କମିଟି ଇନ୍ସପେକ୍ଟର ଏବଂ ସଂପାଦକ ବନମାଳୀ ନାଏକଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ସୁନ୍ଦରଗଡ଼ ତଳସଙ୍କରା ମ ଉଜାରେ ଥିବା ଦୁଇଟି ତିନି ମହଲା କୋଠା, ଦୁଇ ମହଲା କୋଠା, କୁକୁର ଡିହିରେ ଥିବା ପୈତୃକ ଘର, ସରେଇକେଲା ସ୍ଥିତ ସଂପର୍କୀୟଙ୍କ ଘର ସମେତ ସୁନ୍ଦରଗଡ଼ ସହରରେ ନାଏକଙ୍କ ଅଫିସ ଚାମ୍ବରରେ ଚଢ଼ାଉ ଚାଲିଛି ।