Odia News Portal

୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସେକ୍ସନ ଅଫିସର

ଭଦ୍ରକ ଜିଲ୍ଲା ସାଂଳପୁର ସ୍ଥିତ ଆଇଜିଏମ କଲେଜର ସେକ୍ସନ ଅଫିସର ଭିଜିଲାନ୍ସ ପଞ୍ଝା ରେ ପଡିଛନ୍ତି ।  ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାସ୍ତା ମଝିରେ ସେକ୍ସନ ଅଫିସରଙ୍କୁ ପ୍ରଭାତ କୁମାର ନାୟକ ମାଡିବସିଲା ଭିଜିଲାନ୍ସ ।

ସୂଚନା ଅନୁଯାୟୀ ଆଇ ଜି ଏମ କଲେଜର ପୂର୍ବତନ କର୍ମଚାରୀ ପ୍ରଫୁଲ୍ଲ ପୃଷ୍ଟି ଙ୍କର ୨୦୨୦ ମସିହା ରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ଗ୍ରାଚ୍ୟୁଇଟ ଓ ଅନ୍ୟାନ୍ୟ ବିଲ ବାବଦକୁ ଟଙ୍କା ବକେୟା ରହିଛି । ତେବେ ଅନେକ ଥର ମୃତକ ଙ୍କ ପୁଅ ପୀୟୂଷ ପ୍ରତୀକ ପୃଷ୍ଟି ସେକ୍ସନ ଅଫିସର ପ୍ରଭାତ କୁମାର ନାୟକଙ୍କ ସହ ଯୋଗାଯୋଗ କରିଥିଲେ । ପ୍ରଭାତ ମଧ୍ୟ ପୂର୍ବରୁ କାମ କରାଇଦେବା କହି ବହୁଥର ଟଙ୍କା ନେଇଥିଲେ ।  ପୁଣି ଟଙ୍କା ମାଗିବାରୁ ପୀୟୂଷ ପ୍ରତୀକ ପୃଷ୍ଟି ଏ ସମ୍ପର୍କରେ ଭିଜିଲାନ୍ସରେ ଜଣାଇଥିଲେ।

ଶେଷରେ ଆଜି ବାଲେଶ୍ୱର ରୁ ଫେରିବା ବେଳେ ଆରଡ଼ି ଛକ ନିକଟରେ କାର ଅଟକାଇ ପୋଲ ତଳେ ମୃତକଙ୍କ ପୁଅଙ୍କ ନିକଟରୁ ୧୦ ହଜାର ଟଙ୍କା ନେଉଥିଲେ । ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ କର୍ମଚାରୀମାନେ ଲୁଚି ରହିଥିଲେ । ଟଙ୍କା ନେବା ବେଳେ ପ୍ରଭାତ ନାୟକଙ୍କୁ ଭିଜିଲାନ୍ସ ଟିମ୍  ଧରିଥିଲେ ।  ଭିଜିଲାନ୍ସ ଅଫିସ ତରଫରୁ ଅଧିକ ତଦନ୍ତ  କରାଯାଉଛି।