Odia News Portal

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର

କନ୍ଧମାଳ : ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର । କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି।
ବୈରାଗୀ ଚରଣ ବେହେରାଙ୍କ କେ.ନୂଆଗାଁ ସ୍ଥିତ କାର୍ୟ୍ୟାଳୟ, କେ.ନୂଆଗାଁ ସ୍ଥିତ ସରକାରୀ କ୍ଵାର୍ଟର, ଭଞ୍ଜନଗର ସ୍ଥିତ ଘର, ଭଞ୍ଜନଗର ଦାଦରଲୁଣ୍ଡା ସ୍ଥିତ ଫାର୍ମ ହାଉସ, ବୌଦ୍ଧ ଭୂତପାଲି ସ୍ଥିତ ଘର, ଗଞ୍ଜାମ ସ୍ଥିତ ଘରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରହିଛି । ଚଢାଉ ବେଳେ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ତେବେ ରେଞ୍ଜରଙ୍କର ଏପର୍ୟ୍ୟନ୍ତ କେତେ ସମ୍ପତ୍ତି ଠାବ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।