Odia News Portal

ତାଲା ଭାଙ୍ଗି ଘରେ ପଶିଲେ ଭିଜିଲାନ୍ସ ଟିମ୍

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ଇଲେକ୍ଟ୍ରିକାଲ ଡିଭିଜନ ନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ୫ଟି ସ୍ଥାନରେ ଏକକାଳୀନ ରେଡ ଚାଲିଛି । ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ନଗଦ ୧୬.୭୦ ଲକ୍ଷ ଜବତ । ବ୍ରହ୍ମପୁର ଘର ଗଦି ତଳୁ ମିଳିଲା ୧୬ ଲକ୍ଷ ୭୦ ହଜାର ଟଙ୍କା । ଯନ୍ତ୍ରୀଙ୍କ ଘରୁ ଆଉ ୨ ଲକ୍ଷ ୮୧ ହଜାର ଟଙ୍କା ମଧ୍ୟ ଜବତ । ଭୁବନେଶ୍ୱର, ଛତ୍ରପୁର ଓ ବ୍ରହ୍ମପୁରର ୫ଟି ସ୍ଥାନରେ ଚାଲିଛି ରେଡ୍ । ବ୍ରହ୍ମପୁର, ଗଜପତି ନଗରରେ ଏକ ଚାରି ମହଲା ଘର ଏବଂ ଭୁବନେଶ୍ୱରରେ ଥିବା ୪ ମହଲା ଘରେ ରେଡ୍ ଚାଲିଛି । ରେଡ ପୂର୍ବରୁ ଭିଜିଲାନ୍ସ ଟିମକୁ ଅସହଯୋଗ କରି ଜଗନ୍ନାଥ ସେଠୀ ବ୍ରହ୍ମପୁର ଏବଂ ତାଙ୍କ ପୁଅ ଭୁବନେଶ୍ୱର ସ୍ଥିତ ଘରେ ତାଲା ପକାଇଥିଲେ । ତାଲା ଖୋଲିବାକୁ ଉଭୟଙ୍କୁ ଭିଜିଲାନ୍ସ ଅନୁରୋଧ କରିଥିଲା । ଏହାସତ୍ତ୍ୱେ ତାଲା ନ ଖୋଲିବାରୁ ତାଲା ଭାଙ୍ଗି ଭିଜିଲାନ୍ସ ଟିମ୍ ଘରେ ପଶିଥିଲେ । ଚଢାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି , ୪ ଜଣ ଡିଏସପି, ୧୦ ଜଣ ଇନସ୍ପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି ।