Odia News Portal

ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଅଙ୍ଗନବାଡି କର୍ମୀ,ଏକକାଳୀନ ୫ଟି ସ୍ଥାନରେ ଚଢାଉ

ଭିଜିଲାନ୍ସ ଜାଲରେ ଫସିଛନ୍ତି ଆଉ ଜଣେ କୋଟିପତି ଅଙ୍ଗନବାଡି କର୍ମୀ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ହାଟସାହି ଗାଁର ଅଙ୍ଗନବାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ ।

ସନ୍ଧ୍ୟାରାଣୀଙ୍କ ପୈତୃକ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ପୁରୀ ଭିଜିଲାନ୍ସ ଟିମ୍ ଚଢାଉ କରୁଛି । ହାତୀଶାଳରେ ଥିବା ୪ ମହଲା ବିଲ୍ଡିଂ, ସମଙ୍ଗମୌଜା ମଙ୍ଗଳା ହାଟରେ ଥିବା ଅଟା ମିଲ୍, ବାଲି ସାହିରେ ଥିବା ଅଙ୍ଗନବାଡି କେନ୍ଦ୍ର ତଥା ଡେଲାଙ୍ଗ ହାଟସାହିରେ ଥିବା ଶ୍ୱଶୁର ଘରେ ଏକକାଳୀନ ଭିଜିଲାନ୍ସ ରେଡ କରିଛି ।

ସନ୍ଧ୍ୟାରାଣୀ ଏବେ ପୁରୀ ବାଶେଳିସାହିର ଅକ୍ଷୟଧଶନ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଭାବେ କାମ କରୁଛନ୍ତି|ସେହିପରି ଗତକାଲି ମଧ୍ୟ ବ୍ରହ୍ମପୁରର ଜଣେ କୋଟିପତି ଅଙ୍ଗନୱାଡି କର୍ମୀ ଭିଜିଲାନ୍ସ ଜାଲରେ ଫସିଥିଲେ ।ଅଙ୍ଗନୱାଡି କର୍ମୀ ନମିତା ଦଳାଇଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କ ଘରେ ଚଢାଉ କରିଥିଲା ।