Odia News Portal

କୁମ୍ବେଲେ ବିରାଟ କୋହଲି ବିବାଦ

ଭାରତୀୟ କ୍ରିକେଟ ଟିମର ତତ୍କାଳୀନ କୋଚ୍ ଅନିଲ କୁମ୍ବଲେ ଏବଂ ଅଧିନାୟକ ବିରାଟ କୋହଲିଙ୍କ ବିବାଦ କଥା କାହାକୁ ଅଛପା ନାହିଁ । ଉଭୟଙ୍କ ବିବାଦରେ ବଳି ପଡିଥିଲା କୁମ୍ବଲେଙ୍କ କୋଚ ପଦ । ସେ ସମୟରେ କ୍ରିକେଟ୍ ଦୁନିଆରେ ସବୁଠାରୁ ଚର୍ଚ୍ଚିତ ବିଷୟ ଥିବା ଏହି ବାଦ ଉପରରୁ ଉଠିଛି ପରଦା । ଟିମ୍ ଇଣ୍ଡିଆର ପୂର୍ବତନ ମ୍ୟାନେଜର ଏବଂ ବିସିସିଆଇରେ ଦୀର୍ଘଦିନ କାମ କରିଥିବା ରତ୍ନାକର ସେଟ୍ଟୀ ଏହି ବିବାଦ ଉପରୁ ପରଦା ଉଠାଇଛନ୍ତି ।
୨୦୧୭ରେ ପାକିସ୍ତାନଠାରୁ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ହାରିବା ପରେ ଏହି ବିବାଦ ଉଗ୍ର ରୂପ ନେଇଥିଲା ଓ କୁମ୍ବଲେଙ୍କୁ କୋଚ୍ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।
ରତ୍ନାକର କହିଛନ୍ତି, ବିରାଟ ଓ କୁମ୍ବଲେଙ୍କ ମଧ୍ୟରେ ବିବାଦ ଦୀର୍ଘଦିନରୁ ଲାଗି ରହିଥିଲା । କୋହଲିଙ୍କୁ ଲାଗୁଥିଲା କୁମ୍ବଲେ ଖେଳାଳିଙ୍କୁ ଉଚିତ ସପୋର୍ଟ କରୁନାହାନ୍ତି । ତାଙ୍କ ବ୍ୟବହାର ଡ୍ରେସିଂ ରୁମରେ ଅଶାନ୍ତି ସୃଷ୍ଟି କରୁଥିଲା । ଏହି କାରଣରୁ ୨୦୧୭ ଚାମ୍ପିୟନ୍ସ ଟ୍ରଫି ପରେ କୁମ୍ବଲେଙ୍କୁ କୋଚ୍ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ସୂଚନାଯୋଗ୍ୟ, କୁମ୍ବଲେ ମାତ୍ର ଗୋଟିଏ ବର୍ଷ ପାଇଁ ଭାରତୀୟ ଟିମର କୋଚ୍ ରହିଥିଲେ ।
ଉଭୟଙ୍କ ବିବାଦକୁ ନେଇ ରତ୍ନାକର ଆଗକୁ କହିଛନ୍ତି, ‘କୋଚ୍ ଭାବେ କୁମ୍ବଲେଙ୍କୁ ବହୁତ ଲୋକ ପସନ୍ଦ କରୁନଥିଲେ । ସେ କୋଚ୍ ପଦରୁ ହଟି ଯାଆନ୍ତୁ ବୋଲି ବହୁତ ଲୋକ ଚାହୁଁଥିଲେ ।’ ବିବାଦକୁ ନେଇ ସେ ଆଗକୁ କହିଛନ୍ତି, ‘୨୦୧୭ IPL ସମୟରେ ବିରେନ୍ଦ୍ର ସେହଓ୍ବାଗ ଏବଂ ସଚିନ ତେନ୍ଦୁଲକରଙ୍କ ସହ ତାଙ୍କର ଦେଖା ହୋଇଥିଲା । ସେତେବେଳେ ବୀରୁ କହିଥିଲେ, ଡ. ଶ୍ରୀଧର ତାଙ୍କୁ କୋଚ୍ ପଦ ପାଇଁ ଆବେଦନ କରିବାକୁ କହିଥିଲେ ।’ ଏହାପରେ ସେ ହାଇଦ୍ରାବାଦରେ ଅନିଲ କୁମ୍ବଲେ ଓ ବିରୋଟ କୋହଲିଙ୍କ ସହ ସେ ସିଓଏ ମିଟିଂରେ ଏକାଠି ଥିଲେ ।
ଏହି ମିଟିଂରେ କୁମ୍ବଲେ ସାମିଲ ହୋଇଥିବା ବେଳେ କୋହଲି ଅନଲାଇନରେ ଯୋଗ ଦେିଥିଲେ । କୋଚ ପଦ ପାଇଁ କି ପଦକ୍ଷେପ ନିଆଯାଇଛି ବୋଲି ମିଟିଂରେ ବିନୋଦ ରାୟ ପ୍ରଶ୍ନ କରିତିଲେ । ଏହି ପ୍ରକ୍ରିୟା ଶୀଘ୍ର ପୁଣି ଆରମ୍ଭ ହେବା ଦରକାର । ଏପରିକି କିଛି ଲୋକ କୁମ୍ବଲେଙ୍କୁ ପସନ୍ଦ କରୁ ନଥିବା ସେ ଭାବୁଛନ୍ତି ବୋଲି କହିଥିଲେ । ବିନୋଦଙ୍କ ଏମିତି କଥା ତାଙ୍କୁ ଓ କୋଚ୍ କୁମ୍ବଲେଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ଏସବୁ ବିଷୟରେ ରତ୍ନାକର ସେଟ୍ଟୀ ତାଙ୍କ ବହି ‘’On Board: Test, Trial, Triumph’ରେ ଉଲ୍ଲେଖ କରିଛନ୍ତି । ଏଥିରେ ସେ ଆହୁରି ଲେଖିଛନ୍ତି, ‘ପାକିସ୍ତାନ ବିପକ୍ଷ ଫାଇନାଲ ପୂର୍ବରୁ ବିରୋଟ କୋହଲି, ଅନିଲ ଜୋହର, ଅମିତାଭ ଚୌଧଉରୀ ଏବଂ ଡା ଶ୍ରୀଧରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ହାରିବା ପରେ କୁମ୍ବଲେ ତୁରନ୍ତ ଇସ୍ତଫା ଦେଇ ଦେଇଥିଲେ । ଏହା ପୂର୍ବରୁ ଭାରତୀୟ ଟିମ୍ ଚୟନକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଥିବା କୁହାଯାଇଥିଲା ।’