Odia News Portal

ବିରାଟ କୋହଲିଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସଂଘର୍ଷମୟ ଜୀବନୀ ବିଷୟରେ ଜଣାଇବୁ । ଗଲିବୟ ଚିକୁରୁ କିପରି ବନିନେ ରନ ମେସିନ । ପିଲାଦିନରୁ ଆରମ୍ଭ କରି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପର୍ଯ୍ୟନ୍ତ କେମିତି ରହିଛି ବିରଟଙ୍କ କ୍ରିକେଟ ଯାତ୍ରା ସେସମ୍ପର୍କରେ ଦେବୁ ସମ୍ପୂର୍ଣ୍ଣ ବିରରଣୀ । ତେବେ ଆସନ୍ତୁ ସିଧାସଳଖ ଜାଣିବା ବିରାଟ କୋହଲିଙ୍କ ଆତ୍ମଜୀବନୀ ।

ବିରାଟ କୋହଲି । ଏହି ନାମ ହିଁ ଯଥେଷ୍ଟ । ବିଶ୍ୱ କ୍ରିକେଟରେ ରହିଛି ତାଙ୍କର ବେଶ ଦବଦବା । ସିମିତ ଓଭର ହେଉ ବା ଟେଷ୍ଟ କ୍ରିକେଟ ସବୁଥିରେ ଚମକିଥାଏ ତାଙ୍କ ବ୍ୟାଟ୍ । ତେବେ ପିଲାଠୁ ଦିନରୁ ହିଁ ତାଙ୍କର କ୍ରିକେଟ ପ୍ରତି ଆକର୍ଷଣ ଆସି ଯାଇଥିଲା । ଏକ ଇଂଟରଭ୍ୟୁଇରେ ତାଙ୍କ ମା କହିଛନ୍ତି । ବିରାଟ କୋହଲିଙ୍କ ନିକ ନେମ ରହିଛି ଚିକୁ । ତାଙ୍କ ଜନ୍ମ ୫ ନଭେମ୍ବର ୧୯୮୮ ମସିହାରେ ଦିଲ୍ଲୀରେ ଏକ ପଞ୍ଜାବି ପରିବାରରେ ହୋଇଥିଲା ।

୨୦୨୧ ହିସାବରେ ଏବେ ବିରାଟଙ୍କୁ ହୋଇଛି ୩୨ ବର୍ଷ । ତାଙ୍କ ବାପାଙ୍କ ନାମ ପ୍ରେମ କୋହଲି ଥିବା ବେଳେ ମାଙ୍କ ନାମ ଥିଲା ସରୋଜ । ବାପା ପେସାରେ ଜଣେ ଓକିଲ ଥିବା ବେଳେ ମା ଜଣେ ଘୃହିଣୀ ଥିଲେ । ମଧ୍ୟବିତ ପରିବାରର କୋହଲିଙ୍କ ଜଣେ ବଡ଼ ଭାଇ ଓ ଭଉଣୀ ଅଛନ୍ତି । ବିରାଟଙ୍କ ବଡ଼ ଭାଇଙ୍କ ନାମ ବିଶାଲ କୋହଲି ଥିବା ବେଲେ ତାଙ୍କ ଭଉଣୀଙ୍କ ନାମ ହେଉଛି ଭାବନା । ବିରାଟ ବିଶାଲ ଭାରତୀ ପବ୍ଲିକ ସ୍କୁଲରେ ନିଜର ପାଠ ପଢ଼ା ସାରିଛନ୍ତି । ତେବେ ସେ କେବଳ ଯୁକ୍ତ ୨ ପର୍ଯ୍ୟନ୍ତ ପାଠ ପଢିଛନ୍ତି । କ୍ରିକେଟରେ ନିଜର କ୍ୟାରିୟର ବନାଇବା ଲାଗି ସେ ଏତିକି ପାଠ ପଢ଼ା ଛାଡି ଖେଳରେ ମନ ଦେଇଥିଲେ । ବିରାଟଙ୍କ ମା ସରୋଜ କହିଛନ୍ତି କି, ବିରାଟ ଯେତେବେଳେ ୩ବର୍ଷର ଥିଲେ ସେତେବେଳେଠାରୁ ସେ ବ୍ୟାଟ ଧରିଛନ୍ତି ।

ସବୁବେଳେ ବାପାଙ୍କ ସହ କ୍ରିକେଟ ଖେଳୁଥିଲେ । ଦିଲ୍ଲୀର ଉତ୍ତମନଗର ଗଳିରେ ବିରାଟ କୋହଲି ଗଲି କ୍ରିକେଟ ଖେଳୁଥିଲେ । ତାଙ୍କର ଉଚ୍ଚକୋଟିର ଖେଳ ଦେଖି ପଡୋଶୀମାନେ ତାଙ୍କ ବାପାଙ୍କୁ କହିଥିଲେ କି, ଗଲି କ୍ରିକେଟରେ ସମୟ ନଷ୍ଟ ନକରି କୌଣସି ଏକ ଏକାଡେମୀରେ ନାମ ଲେଖନ୍ତୁ । ଏବଂ ବିରାଟ ଭଲ ଖେଳିବେ ଓ ଆଗାମୀ ଦିନରେ ଭଲ ଖେଳ ଶିଖିବେ । ପଡୋଶୀଙ୍କ କଥାକୁ ଗୁରୁତ୍ୱର ସହ ନେଇଥିଲେ ବିରାଟଙ୍କ ବାପା । ଦିଲ୍ଲୀର କ୍ରିକେଟ ଏକାଡେମୀରେ ତାଙ୍କର ନାମ ଲେଖାଇଥିଲେ । ରାଜକୁମାର ଶର୍ମା ବିରାଟଙ୍କୁ ପ୍ରଥମେ ପ୍ରଶିକ୍ଷଣ ଦେଇଥିଲେ । ତେବେ ଖେଳ ସାଙ୍ଗକୁ ବିରାଟ ପଢ଼ାରେ ମଧ୍ୟ ମେଧାବି ଛାତ୍ର ଥିଲେ । ୨୦୦୨ରେ ପ୍ରଥମେ ଖେଳ ଆରମ୍ଭ କରିଥିଲେ ବିରାଟ । ଦିଲ୍ଲୀର ଅଣ୍ଡର ୧୫ ଦଳରେ ସାମିଲ ହୋଇଥିଲେ ବିରାଟ ।

ଏହି ବର୍ଷ ପଲି ଉମର ଟ୍ରଫି ଜିତିଥିଲା ତାଙ୍କ ଦଳ । ୨୦୦୪ ମହିସା ଶେଷ ପର୍ଯ୍ୟନ୍ତ ଅଣ୍ଡର ୧୭ ଦିଲ୍ଲୀ ଦଳର ସଦସ୍ୟ ବନାଯାଇଥିଲା । ସେତେବେଳେ ସେ ବିଜୟ ମର୍ଚାଣ୍ଡ ଟ୍ରଫି ଖେଳିଥିଲେ । ୪ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ବିରାଟ ୪୫୦ରୁ ଅଧିକ ସ୍କୋର କରିଥିଲେ । ବିରାଟଙ୍କ ଜୀବନରେ ସବୁଠାରୁ ବଡ଼ ଦୁଃଖ ଆସିଥିଲା ୧୮ ଡିସେମ୍ବର ୨୦୦୬ ମସିହାରେ । ବ୍ରେନ ଷ୍ଟେକରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ଏହାପରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ ବିରାଟ । ଯଦି ଆଜି ସେ ଏତେ ବଡ଼ ସଫଳ କ୍ରିକେଟର ହୋଇଛନ୍ତି ତେବେ ସବୁ ଶ୍ରେୟ ତାଙ୍କ ପିତାଙ୍କର ରହିଛି । କାହିଁକି ନାଁ ସେ ପିଲାଟି ଦିନରୁ ହିଁ ତାଙ୍କୁ ଉତ୍ସାହ ଦେଇ ଆସୁଥିଲେ । ପିତାଙ୍କ ମୃତ୍ୟୁର ଦୁଃଖକୁ ମନରେ ରଖି ଖେଳ ପୁନର୍ବାର ଜାରି ରଖିଥିଲେ । ଏହାପରେ ସେ ୨୦୦୮ ଅଣ୍ଡର ୧୯ ଭାରତ ଦଳରେ ସ୍ଥାନ ପାଇଥିଲେ ବିରାଟ । ବିଶ୍ୱକପରେ ବିରାଟ ଟିମ ଇଣ୍ଡିଆର ନେତୃତ୍ୱ ନେଇଥିଲେ ।

ସବୁ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ମୁକାବିଲାରେ ସେ ଭାରତକୁ ଚାମ୍ପିୟନ କରାଇଥିଲେ । ଅଣ୍ଡର ୧୯ରେ ଭଲ ପ୍ରଦର୍ଶନ କରିଥିବା ବିରାଟ କୋହଲି ୨୦୦୮ ମସିହାରେ ପ୍ରଥମେ ଭାରତୀୟ ଆନ୍ତର୍ଜାତୀୟ ଦଳରେ ସିଲେକ୍ସନ ହୋଇଥିଲେ । ଅଗଷ୍ଟ ୧୮ ତାରିଖରେ ଡେବ୍ୟୁ ମାଚ ସେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ । ଏହି ସମୟରେ ବିରାଟଙ୍କ ବୟସ ଥିଲା ୧୯ ବର୍ଷ । ଏହି ସମୟରେ ଭାରତୀୟ ଦଳର ଦୁଇ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ବିରେନ୍ଦ୍ର ସେହ୍ୱାଗ ଆହତ ଥିଲେ ।

ଏଣୁ ବିରାଟ ଏହି ମ୍ୟାଚରେ ଓପନିଂ କରିବାର ସୁଯୋଗ ପାଇଥିଲେ । ଏହି ସିରିଜରେ ବିରାଟ କୋହଲି ସାନଦାର ଖେଳ ଖେଳିଥିଲେ । ଯାହାକି ଟିମ ମ୍ୟାନେଜମେଂଟଙ୍କଠାରୁ ଆରମ୍ଭ କରି ପ୍ରଂଶସକ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ଏହାପରେ ବିରାଟ ୨୦୦୯ ମସିହାରେ ଟେଷ୍ଟରେ ଡେବ୍ୟୁ କରିଥିଲେ । ଶିଖର ଧାୱନ ଆହତ ହେବାରୁ ତାଙ୍କୁ ଦଳରେ ଚୟନ କରାଯାଇଥିଲେ । ଏହି ଟେଷ୍ଟ ମ୍ୟାଚରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଥିଲେ । ଏହାପରେ ୨୦୧୦ ମସିହାରେ ଜିମ୍ବାୱେ ବିପକ୍ଷରେ ଟି-୨୦ରେ ଡେବ୍ୟୁ କରିଥିଲେ । ସାନଦାର ବ୍ୟାଟିଂ କରି ବିରାଟ ଏହି ମ୍ୟାଚରେ ୪୨ ରନ କରିଥିଲେ । ଏହାପରଠାରୁ ବିରାଟ ଆଉ ପଛକୁ ଫେରି ନାହାଁନ୍ତି । ବଡ଼ ସଟ ଓ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଲାଗି ନିୟମିତ ଦଳରେ ସ୍ଥାନ ପାଇଚାଲିଥିଲେ ବିରାଟ । ଉଚ୍ଚକୋଟିର ଖେଳ ଲାଗି ତାଙ୍କୁ କ୍ରିକେଟର ଭଗବାନ ସଚିନଙ୍କ ସହ ମଧ୍ୟ ପ୍ରଂଶସକମାନେ ତୁଳନା କରିବା ଆରମ୍ଭ କରି ଦେଇଥିଲେ ।

ବିରାଟ ତାଙ୍କ ଖେଳ ଜୀବନ ମଧ୍ୟରେ ଏଯାବତ ବହୁତ ସାରା ରେକର୍ଡ କରିଛନ୍ତି । ସେ ୫୦ରୁ ଅଧିକ ରେକର୍ଡ ନିଜ ନାମରେ କରିଥିବା ଦେଖିବାକୁ ମିଳିଛି । ବିରାଟ କୋହଲି ହେଉଛନ୍ତି ଏମିତି ଜଣେ ଭାରତୀୟ ଖେଳାଳୀ ଯିଏକି ୱାର୍ଡକପ ଡେବ୍ୟୁ ମ୍ୟାଚରେ ସେଂଚୁରୀ ମାରିଛନ୍ତି । ରେକର୍ଡ ନମ୍ବର୨- ବିରାଟ କୋହଲି ଫାଟେଷ୍ଟ ଖେଳାଳୀ ଯିଏକି ୧ହଜାର,୨ହଜାର,୩ ହଜାର ଓ ୫ହଜାର ରନ ବନାଇଛନ୍ତି । ରେକର୍ଡ ନମ୍ବର୩- ଦ୍ରୃତତମ ଭାରତୀୟ ଖୋଳାଳୀ ଭାବେ ୫୨ ବଲରେ ଶତକ ବନାଇଛନ୍ତି । ବିଶ୍ୱର ପ୍ରଥମ ଖେଳାଳୀ ଭାବେ ୧୯ ହଜାର ରନ କରିଛନ୍ତି । ୨୦୧୩ ମସିହାରେ ବିରାଟ କୋହଲିଙ୍କୁ ଅର୍ଜୁନ ପୁରଷ୍କାର ମିଳିଥିଲା । ତକ୍ରାଳିନ ରାଷ୍ଟ୍ରପତିଙ୍କ ପ୍ରଣବ ମୁଖାର୍ଜୀଙ୍କଠାରୁ ସେ ଏହି ପୁରଷ୍କାର ହାତେଇଥିଲେ । ଏହାପରେ ୨୦୧୭ରେ ପଦ୍ମଶ୍ରୀ ଆୱାଡ ପାଇଥିଲେ ବିରାଟ । ଏହପାରେ ୨୦୧୮ ମସିହାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରଷ୍କାର ପାଇଛନ୍ତି । ବିରାଟ ନିଜର ଖେଳ ଜୀବନ ମଧ୍ୟରେ ଅନେକ ଗୁଡିଏ ମ୍ୟାନ ଅଫ ଦ ମ୍ୟାଚ ଓ ମ୍ୟାନ ଅଫ ଦ ଟୁର୍ଣ୍ଣାମେଂଟ ମଧ୍ୟ ପୁରଷ୍କାର ମଧ୍ୟ ହାତେଇଛନ୍ତି । ବିରାଟ ଶେଷଥର ଲାଗି ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଖେଳିଛନ୍ତି । ଯେଉଁ ମ୍ୟାଚରେ ଭାରତ ପରାଜୟ ବରଣ କରିଛି ।

ଯଦି ବିରାଟଙ୍କ କ୍ୟାୟିୟର ଉପରେ ନଜର ପକାଇବା ତେବେ ସେ ଏଯାବତ ୯୧ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୫୨.୩୮ ହାରରେ ୭ହଜାର ୪୯୦ ରନ କରିଛନ୍ତି । ଦିନିକିଆରେ କୋହଲି ୨୫୪ଟି ମ୍ୟାଚ ଖେଳି ୫୯.୦୭ ହାରରେ ୧୨ ହଜାର ୧୬୯ ରନ କରିଛନ୍ତି । ଏହାସହ ଟି-୨୦ରେ ୯୦ଟି ମ୍ୟାଚ ଖେଳି ୫୨.୫୬ ହାରରେ ୩ହଜାର ୧୫୯ ରନ ସଂଗ୍ରହ କରିଛନ୍ତି । ଯଦି ଆମେ ଫାଷ୍ଟକ୍ଲାସ କ୍ରିକେଟ କଥା ଦେଖିବା ତେବେ ବିରାଟ ୧୨୩ଟି ମ୍ୟାଚ ଖେଳିଛନ୍ତି ୫୨.୯୨ ହାରରେ ୯ହଜାର ୭୩୯ ରନ କରିବାରେ ସକ୍ଷମ ହୋଇଛନ୍ତି । ଯଦି ଆଇପିଏଲ କ୍ୟାରିୟର କଥା କୁହାଯାଏ ତେବେ ୨୦୦୮ ମସିହାରେ ଡେବ୍ୟୁ କରିଥିଲେ ବିରାଟ । ଏଯାବତ ସେ ବାଙ୍ଗାଲୋର ଦଳର ନିୟମିତ ଖେଳାଳୀ ହେବା ସହ ଅଧିନାୟକ ମଧ୍ୟ ରହିଛନ୍ତି । ୧୯୯ଟି ମ୍ୟାଚ ଖେଳି ୬ହଜାର ୭୬ ରନ କରି ଶୀର୍ଷରେ ରହିଛନ୍ତି । ତେବେ ବିରାଟ କୋହଲି ଗୋଟିଏ ଟି-୨୦ ମ୍ୟାାଚ ଖେଳିବା ଲାଗି ନେଇଥାନ୍ତି ୧.୫ ଲକ୍ଷ ଟଙ୍କା ।

ଏହାସହ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବା ଲାଗି ୫ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ବିରାଟ । ଦିନିକିଆ ମ୍ୟାଚ ପିଛା ୩ ଲକ୍ଷ ଟଙ୍କା ନେଇଥାନ୍ତି ବିରାଟ । ଏହାସହ ଧନୀ କ୍ରିକେଟ ଲିଗ ଆଇପିଏଲରେ ବିରାଟ କୋହଲି ଗୋଟିଏ ବର୍ଷକୁ ୧୪ କୋଟି ନେଇଥାନ୍ତି । ଏବେ ସେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଦଳର ଅଧିନାୟକ ଅଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ବିରାଟ କୋଲି ବାର୍ଷିକ ୩୦ କୋଟି ଟଙ୍କାର ଟ୍ୟାକ୍ସ ଦେଉଛନ୍ତି ।

ବିରାଟ କୋହଲି ଅଭିନେତ୍ରୀ ଅନୁଷ୍କା ର୍ଶମାଙ୍କୁ ୨୦୧୭ ମସିହାରେ ବିବାହ କରିଛନ୍ତି । ବିରୁଷ୍କାଙ୍କ ପ୍ରେମକୁ ନେଇ ସେହି ସମୟରେ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା । ଉଭୟ ସେଲିବ୍ରେଟି ଦମ୍ପତି ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ବିରାଟଙ୍କ ଝିଅର ନାମ ହେଉଛି ଭାମିସ୍କା । ଏବେ ଉଭୟ ମୁମ୍ବାଇର ଓମକର ବିଲ୍ଡିଙ୍ଗରେ ରହୁଛନ୍ତି । ତାଙ୍କ ଘରର ମୂଲ୍ୟ ହେଉଛି ୩୫ କୋଟି । ଏହାସହ ବିରାଟ କୋହଲିଙ୍କ ମଧ୍ୟ ଅନେକ ଗୁଡିଏ ସମ୍ପତି ଅଛି । ବିରାଟଙ୍କ ଅନେକ ଗୁଡିଏ କାର ମଧ୍ୟ ରହିଛି ।

ସତରେ ବିରାଟ କୋହଲିଙ୍କ ଖେଳ ଜୀବନ ବେଶ ସଂଘର୍ଷ ମୟ ରହିଥିଲା । ଖେଳଠାରୁ ଆରମ୍ଭ କରି ଲାଇଫ ଷ୍ଟାଇଲ ସବୁବେଳେ ଚର୍ଚ୍ଚାର ପରିଧିରେ ଥାଆନ୍ତି ବିରାଟ । ନାମ ଯେମିତି ବିରାଟ ଖେଳ ମଧ୍ୟ ସେପରି ବିରାଟ । ତେବେ ସେ ତାଙ୍କ କ୍ୟାରିୟରରେ ଆହୁରି ଆଗକୁ ଯାଆନ୍ତୁ ବୋଲି ଆମେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛୁ ।