Odia News Portal

ଓଡ଼ିଶାରେ ବିଜେଡି କୁ ଘେରାବନ୍ଦୀ କରି ରଖିବେ ବିଜେପି ନେତା

ଚଳିତ ନିର୍ବାଚନରେ ବିଜେଡି କୁ ଘେରାବନ୍ଦୀ କରି ରଖିବାକୁ ବିଜେପି କେନ୍ଦ୍ରୀୟ ମନ୍ତ୍ରୀ ମାନେ ନିଷ୍ପତ୍ତି ନେଇଛନ୍ତି l ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧକ୍ଷ ଜଗତ ପ୍ରକାଶ ନଡ୍ଡା, ଅମିତ ଶାହା, ରାଜନାଥ ସିଂ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓଡିଶା ଆସି ବିଭିନ୍ନ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଥିଲେ l ଆସନ୍ତାକାଲି ପୁଣି ଓଡିଶା ଆସିବେ ରାଜନାଥ ସିଂ ବିଷ୍ଣୁଦେବ ସାଏ ଏବଂ ହେମାମାଳିନୀ l

ଏମାନଙ୍କ ବ୍ୟତୀତ କେନ୍ଦ୍ରୀୟ ବିଜେପି ର ବହୁ ଷ୍ଟାର ପ୍ରଚାରକ ଓ ବିଜେପି ର ମନ୍ତ୍ରୀ ଏବଂ ହେବିୱେଟ ନେତା ଓଡ଼ିଶାରେ ଏକପ୍ରକାରର କ୍ୟାମ୍ପ ପକାଇ ରାଜ୍ୟ ବିଜେପିର ନିର୍ବାଚନକୁ ପରିଚାଳନା କରିବେ l

ଏହା ସହିତ ଓଡ଼ିଶାର 147 ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ 21 ଲୋକସଭା ନିର୍ବାଚନ ମଣ୍ଡଳୀର ଏମାନେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବା ସହିତ ରଣନୀତି କରିବେ ବୋଲି ଜଣାପଡିଛି l