Odia News Portal

ଏମିତି ଜନ୍ମଦିନ ପାଳିଲେ ବିରାଟ, ଦେଖନ୍ତୁ ଭିଡିଓ

ଦୁବାଇ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ଶୁକ୍ରବାର ଥିଲା ଜନ୍ମଦିନ । ୩୩ ବର୍ଷରେ ପାଦ ଥାପିଛନ୍ତି ବିରାଟ । ଟି-୨୦ ବିଶ୍ୱକପରେ ଗତକାଲି ସ୍କଟଲ୍ୟାଣ୍ଡ ବିପକ୍ଷରେ ଭାରତର ବିଶାଳ ବିଜୟ ପରେ ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରିଛନ୍ତି କୋହଲି । ସାଥି ଖେଳାଳୀଙ୍କ ମେଳରେ ବେଶ ହସଖୁସିର ସହ ଜନ୍ମଦିନର ମଜା ଉଠାଇଛନ୍ତି ।

କୋହଲିଙ୍କ ୩୩ ତମ ଜନ୍ମଦିନ ମଧ୍ୟ ଶୁକ୍ରବାର, ନଭେମ୍ବର ୫ ରେ ହୋଇଥିଲା। ବିରାଟ କୋହଲି ଏନେଇ କହିଛନ୍ତି ଯେ, ବର୍ତ୍ତମାନ ମୁଁ ସେହି ପର୍ୟ୍ୟାୟରୁ ବାହାରି ଆସିଛି। ମୋ ପତ୍ନୀ ଏବଂ ଝିଅ ଏଠାରେ ଅଛନ୍ତି ଏବଂ ଏହା ମୋ ପାଇଁ ଯଥେଷ୍ଟ। ଏଠାରେ ନିଜ ପରିବାର ରହିବା ଏକ ଆଶୀର୍ବାଦ ସହ ସମାନ । ବିରାଟଙ୍କ ଜନ୍ମଦିନକୁ ଖୁବ୍ ଉତ୍ସାହର ସହ ପାଳନ କରିଛନ୍ତି । ଏଥିସହିତ ଡ୍ରେସିଂ ରୁମ୍ରେ କ୍ୟାପ୍ଟେନ୍ କୋହଲିଙ୍କ ଉପରେ କେକ୍ ବର୍ଷା କରାଯାଇଛି। ତାଙ୍କ ଦେହ ସାରା ସମସ୍ତେ କେକ୍ ବୋଳି ମୁଣ୍ଡ ଉପରେ କେକ୍ର ଏକ ଖଣ୍ଡ ଥୋଇ ଭିଡିଓ କରିଛନ୍ତି। ବିରାଟଙ୍କ ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ବରୁଣ ଚକ୍ରବର୍ତ୍ତୀ, ଈଶାନ କିଶାନ ଏବଂ ଋିଷଭ ପନ୍ତ ସେଲିବ୍ରେଟ୍ କରୁଥିବା ଦେଖିବାକୁ ମିଳିଛି ।