ସୋମବାର ଆଳି ବ୍ଳକ୍ ପରିସରେ ଅନୁଷ୍ଠିତ ହେଉଥିବା ଜିଲ୍ଲାପାଳଙ୍କ ଜନଶୁଣାଣିରେ ପିଇବା ପାଣି ପାଇଁ ଦେମାଳ ପଞ୍ଚାୟତ ଗିରିବନ୍ଧ ଗ୍ରାମର ମହିଳା ମାନେ ଅଭିଯୋଗ କରିବାକୁ ଆସିଥିଲେ l କିନ୍ତୁ ମହିଳା ମାନେ ଅନେକ ଡେରିରେ ପହଂଚିବା ବେଳକୁ ଜଣଶୁଣାଣି ଶେଷ ହୋଇଯାଇଥିଲା l ସେହି ସମୟରେ ଅତିରିକ୍ତ ଜିଲ୍ଲାପାଳ ଗାଡ଼ିରେ ବସି ବ୍ଲକ କାର୍ଯ୍ୟଳୟରୁ ବାହାରିବା ବେଳେ ମହିଳା ମାନେ ଗାଡି ଆଗରେ ଛିଡା ହୋଇ ନାରାବାଜି କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ବିଡ଼ିଓଙ୍କୁ ଏହାର ସମାଧାନ ପାଇଁ ନିର୍ଦେଶ ଦେଇଥିଲେ l ବିଡ଼ିଓ ଅବିନାଶ ବିଶ୍ବଜିତ ସେଠି ମହିଳା ମାନଙ୍କୁ ଅଫିସକୁ ଡାକି ଘଟଣା ବିଷୟରେ ପଚାରି ବାରୁ ସେମାନେ କୁହନ୍ତି ବସୁଧା ଯୋଜନାରେ ପାଣି ଯୋଗାଇ ଦେବାର ବ୍ୟବସ୍ଥା ଥିବା ବେଳେ ପାଣି ପମ୍ପ ଚଳାଇବା ପାଇଁ ଥିବା ବ୍ୟକ୍ତି ଜଣଙ୍କ ମନ ହେଲେ ପାଣି ଚାଲଇବେ ନହେଲେ ନାହିଁ ତେଣୁ ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ପାଣି ପମ୍ପ ଚଳେଇବା ଯୋଗୁଁ ସେମାନେ ପିଇବା ପାଣିରୁ ବଞ୍ଚିତ ହେଉଛନ୍ତି ଆହୁରି ମଧ୍ୟ ପାଣି ଚାଲେଇବାକୁ ୫୦୦ ଟଙ୍କା ଦାବୀ କରନ୍ତି ଉକ୍ତ ପପ୍ ଡ୍ରାଇଭର ବିଡ଼ିଓ ସମସ୍ତ ଘଟଣା ଜାଣିବା ପରେ ତୁରନ୍ତ ସମାଧାନ କରିବାକୁ ପ୍ରତିଶୃତି ପରେ ଫେରିଥିଲେ ମହିଳା l
