Odia News Portal

ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବୁଧବାର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବାର ଥିବାବେଳେ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ଦେବଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ମଲାକାନଗିରି, କୋରାପୁଟ, ସୋନପୁର ଓ ବୌଦ୍ଧରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଏହାକୁ ଦୃଷ୍ଟିରେ ରଖ୍ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ଗୁରୁବାର ମଧ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ୧ଜନ୍ରୁ ସେପ୍ଟେମ୍ବର ୨୧ ମଧ୍ୟରେ ୯୮୧.୨ ମିମି ବର୍ଷା ହୋଇଛି। ଏହା ସ୍ବାଭାବିକ ବର୍ଷା ୧୧୦୫ ଠାରୁ ୧୧ ପ୍ରତିଶତ କମ୍ ରହିଛି ଜ୍ଝ ଏହି ସମୟ ପରିଧି ମଧ୍ୟରେ ୮ ଟି ଜିଲ୍ଲାରେ ୨୦-୫୯ ପ୍ରତିଶତ ପର୍ୟ୍ୟନ୍ତ କମ୍ ବର୍ଷା ହୋଇଥିବା ବେଳେ ୨ ଜିଲ୍ଲାରେ ସ୍ଵାଭାବିକଠାରୁ ଅଧିକ ବର୍ଷା ହୋଇଛି।

ବାକି ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଅନ୍ୟପଟେ ହୀରାକୁଦରୁ ବର୍ତ୍ତମାନ ୬ ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ସୋମବାର ରାତି ସୁଦ୍ଧା ୧୦ଟି ଗେଟ ଦ୍ବାରା ଜଳ ନିଷ୍କାସନ ହେଉଥିବା ବେଳେ ମଙ୍ଗଳବାରୁ ସକାଳୁ ଏହାକୁ ବଢ଼ାଇ ୧୨ କରାଯାଇଥିଲା । ଦିନ ୩ ଟାରୁ ପୁଣି ଗେଟ୍ ବନ୍ଦ କରାଯାଇ ୮ ଓ ପରେ ୬ ଟି ଗେଟ୍ରେ ପାଣି ଛଡ଼ାଯାଉଛି। ସନ୍ଧ୍ୟା ୬ ଟା ସୁଦ୍ଧା ହୀରାକୁଦରେ ଜଳପତନ ୬୨୯.୩୧ ଫୁଟ୍ ରହିଥିବା ବେଳେ ସେକେଣ୍ଡ ପିଛା ହଜାର ୪୨୬ କ୍ୟୁସେକ ଜଳ ପ୍ରବେଶ କରୁଛି। ୬ ଟି ଗେଟ୍ ଦେଇ ୧ ଲକ୍ଷ ୨୬ ହଜାର ୮୪୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳିଠାରେ ୨ ଲକ୍ଷ ୩୩ ହଜାର ୩୪୪ କ୍ୟୁସେକ ଜଳ ପ୍ରବାହିତ ହେଉଛି।