Odia News Portal

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ, ଆଜି ସଂଧ୍ୟାରେ ନେବ ଅବପାତ ରୂପ

ବାତ୍ୟାର ଗତିପଥ ଜାରି କଲା ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଦକ୍ଷିଣପୂର୍ବ ବଙ୍ଗୋପସାଗରର ଓ ନିକଟସ୍ଥ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଏବେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ରହିଛି । ଏହା ଆଗକୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ସଂଧ୍ୟାରେ ଅବପାତରେ ପରିଣତ ହେବ।ଏହାପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ବାତ୍ୟାରେ ପରିଣତ ହେବ। ୮ ତାରିଖ ସକାଳେ ଉତ୍ତର ତାମିଲନାଡୁ-ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବା ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ସମ୍ଭାବ୍ୟ ବାତ୍ୟାର ନାଁ ରହିବ ମାଣ୍ଡସ୍‌ । ଦକ୍ଷିଣ ବଙ୍ଗୋପସାଗର, ତାମିଲନାଡୁ, ପୁଡୁଚେରୀରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ରହିବ । ତାମିଲନାଡୁ, ପୁଡୁଚେରୀ ଓ କରାଇକାଲରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୮ ତାରିଖରେ ବର୍ଷା ପରିମାଣ ଅଧିକ ରହିବ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିନପାରେ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।