Odia News Portal

ସଟଡାଉନରେ ଏମାନଙ୍କ ଉପରେ ରହିବନି କଟକଣା

*ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ |
*ବାହାଘରରେ ସର୍ବମୋଟ ୫୦ ଜଣ ଲୋକ ଯୋଗ ଦେଇପାରିବେ |
*ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇନି |
*ଯାତ୍ରା ରଙ୍ଗମଞ୍ଚ,ଅଙ୍ଗନବାଡ଼ି କେନ୍ଦ୍ର ଆଦିକୁ ମଧ୍ୟ ବନ୍ଦ |

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଲାଗୁ କରିଥିବା ରାଜ୍ୟ ସରକାର ଆସନ୍ତା ୨୪ ତାରିଖରୁ ରାଜ୍ୟର ସମସ୍ତ ସହରାଂଚଳରେ ସାପ୍ତାହିକ ସଟଡାଉନ୍ ଘୋଷଣା କରିଛନ୍ତି। ତେବେ ସପ୍ତାହାନ୍ତ ସଟଡାଉନ୍ ପାଇଁ କୌଣସି ନିଦ୍ଧିଷ୍ଟ ପାସ୍ ବ୍ୟବସ୍ଥା ରହିବ ନାହିଁ ।ସଟଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ। ମାଲବାହୀ ପରିବହନ ସେବା ଜାରି ରହିବ। ଅତ୍ୟାବଶ୍ୟକ ସେବା ଯଥା- ସ୍ୱାସ୍ଥ୍ୟ ସେବା, ଶକ୍ତି, ପାନୀୟ ଜଳ ଯୋଗାଣ, ଏଲପିଜି, ଟେଲିକମ୍‌, ଗଣମାଧ୍ୟମ ସଂସ୍ଥା ଆଦି ସମେତ ଅତ୍ୟାବଶ୍ୟକ ସେବା ଜାରି ରହିବ।

ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀମାନେ ନିଜ ସଂସ୍ଥାଠୁ ମିଳିଥିବା ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ବୋଲି ଶ୍ରୀ ଜେନା କହିଛନ୍ତି। ସେହିପରି ବାହାଘରରେ ସର୍ବମୋଟ ୫୦ ଜଣ ଲୋକ ଯୋଗ ଦେଇପାରିବେ । ଏଥିପାଇଁ ୨୪ ଘଣ୍ଟା ପୂର୍ବରୁ ପ୍ରଶାସନଠାରୁ ଅନୁମତି ଆଣିବାକୁ ପଡିବ ବୋଲି କୁହାଯାଇଛି । ସେହିପରି ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇନି,ଯାତ୍ରା ରଙ୍ଗମଞ୍ଚ,ଅଙ୍ଗନବାଡ଼ି କେନ୍ଦ୍ର ଆଦିକୁ ମଧ୍ୟ ବନ୍ଦ କରାଯାଇଛି|ଯଦି କେହି ଏହାକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।