Odia News Portal

ପଶ୍ଚିମବଙ୍ଗରେ ଦିଦିଙ୍କ ହାତରୁ ଖସୁଛି ନନ୍ଦିଗ୍ରାମ ଆସନ !

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ପଶ୍ଚିମବଙ୍ଗରେ ଉଭୟ ଟିଏମସି ଏବଂ ବିଜେପି ନିଜ ନିଜର ବିଜୟ ଦାବି କରୁଛନ୍ତି। ତେବେ ଏବେ ଏହା ଦେଖିବାକୁ ବାକି ରହିଲା ଯେ ବେଙ୍ଗଲର ଲୋକମାନେ କାହା ଉପରେ ବିଶ୍ୱାସ କରୁଛନ୍ତି |ପଶ୍ଚିମବଙ୍ଗରେ ବିଜେପିଠାରୁ ବହୁ ଆଗରେ ରହିଛି ଟିଏମସି । ହେଲେ ଏଠାକାର ବହୁ ଚର୍ଚ୍ଚିତ ଆସନ ନନ୍ଦିଗ୍ରାମରେ କିନ୍ତୁ ପଛରେ ରହିଛି ଟିଏମସି । ଯେଉଁଠି ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବଙ୍ଗଳାରେ ଗୋଟିଏ ପଟେ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ କ୍ୟାମ୍ପେନ୍ ଓ ଅନ୍ୟପଟେ ବିଜେପିର ହାଇଭୋଲଟେଜ୍ ନିର୍ବାଚନୀ ପ୍ରଚାର ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ୧୧ଟା ସୁଦ୍ଧା ‘ଟ୍ରେଣ୍ଡ୍‌’ରୁ ମିଳିଥିବା ସୂଚନା ଅନୁସାରେ, ତୃଣମୂଳ କଂଗ୍ରେସ ୨୦୦ ଆସନରେ ଅଗ୍ରଣୀ ଥିବାବେଳେ ବିଜେପି ମାତ୍ର ୮୯ଟି ଆସନରେ ଆଗୁଆ ରହିଛି। ଏହାଛଡ଼ା, ବାମଦଳ କଂଗ୍ରେସ ଏବଂ ଆଇଏସ୍‌ଏଫ୍‌ ମେଣ୍ଟ ୫ଟି ଆସନରେ ଆଗୁଆ ହୋଇ ତୃତୀୟ ସ୍ଥାନରେ ଅଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଳି ବରିଷ୍ଠ ନେତା ପଶ୍ଚିମବଙ୍ଗରେ ଘନ ଘନ ନିର୍ବାଚନୀ ପ୍ରଚାର କରିଥିଲେ । ତେବେ ଭୋଟ ଗଣତି ଆରମ୍ଭରୁ ବିଜେପି ଓ ଟିଏମସି ମଧ୍ୟରେ କଡା ଫାଇଟ୍ ଦେଖିବାକୁ ମିଳିଥିଲା । କିନ୍ତୁ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି ଯେ ଶୁଭେନ୍ଦୁଙ୍କ ଗଡ଼ରେ ଟକ୍କର ଦେବା ମମତାଙ୍କ ପାଇଁ କାଠିକର ପାଠ ସାବ୍ୟସ୍ତ ହେଉଛି । ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ ଓ୍ୱେବସାଇଟ୍ ଅନୁସାରେ, ଶୁଭେନ୍ଦୁ ଅଧିକାରୀ ପ୍ରାୟ ୪୦୦୦ରୁ ଅଧିକ ଭୋଟରେ ମମତାଙ୍କ ଠାରୁ ଆଗରେ ଅଛନ୍ତି । ଚତୁର୍ଥ ରାଉଣ୍ଡରେ ଶୁଭେନ୍ଦୁଙ୍କୁ କମ୍ ଭୋଟ୍ ମିଳିଛି । । ତେବେ କଣ ଏହାରି ଭିତରେ ବାଜି ପଲଟାଇବାରେ ସଫଳ ହେବେ କି ମମତା ? ତାହା ଉପରେ ରହିଛି ସମସ୍ତଙ୍କ ନଜର ।