Odia News Portal

ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ଘୋଷଣା, ଉଚ୍ଚଶିକ୍ଷା ଲାଗି ଛାତ୍ର ଛାତ୍ରୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

କୋଲକାତା: ପ୍ରତିଶ୍ରୃତି ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ବେଳେ ଛାତ୍ର ଛାତ୍ରୀଙ୍କୁ ଦେଇଥିବା ପ୍ରତିଶ୍ରୃତି ରକ୍ଷା କରିଛନ୍ତି । ପଶ୍ଚିମବଙ୍ଗ କ୍ୟାବିନେଟ୍ ଗୁରୁବାର ଦିନ ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି କାର୍ଡ ସହାୟତାରେ ଛାତ୍ର ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ । ଏହି ଷ୍ଟୁଡେଣ୍ଟ କ୍ରେଡିଟ କାର୍ଡ ମାଧ୍ୟମରେ ପଶ୍ଚିମବଙ୍ଗରେ ୧୦ ବର୍ଷ ଧରି ବସ ବାସ କରୁଥିବା କୌଣସି ବି ଛାତ୍ର ଛାତ୍ରୀ ଏହାର ଲାଭ ଉଠାଇ ପାରିବେ । ଭାରତ କିମ୍ବା ବିଦେଶରେ ଗ୍ରାଜୁଏସନ, ପୋଷ୍ଟ-ଗ୍ରାଜୁଏସନ,ଡକ୍ଟରେଟ୍ ଓ ଅନ୍ୟ ଉଚ୍ଚ ଶିକ୍ଷା ପାଇଁ ଏହି କ୍ରେଡିଟ କାର୍ଡ ମାଧ୍ୟମରେ ଛାତ୍ର ଛାତ୍ରୀମାନେ ଋଣ ନେଇ ପାରିବେ । ଜୁନ ୩୦ ତାରିଖରୁ ରାଜ୍ୟରେ ଏହି ଯୋଜନା ଲାଗୁ ହେବ ବୋଲି ମମତା କହିଛନ୍ତି ।