Odia News Portal

ଏ ବର୍ଷ ଶେଷ ହେବ କରୋନା –WHO

ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ସାରା ବିଶ୍ୱରେ ଅନେକ ସ୍ଥାନର କରୋନାର ତୃତୀୟ ଲହର ଆରମ୍ଭ ହୋଇ ସାରିଥିବା ଦେଖିବାକୁ ମିଳିଛି ।। ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ୧୫୨୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଏମିତି କି ଭାରତରେ କରୋନାର ତୃତୀୟ ଲହର ଆରମ୍ଭ ହୋଇସାରିଲାଣି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିସାରିଛନ୍ତି । ତେବେ ଏପରି ସ୍ଥିତିରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଏହି ମହାମାରୀର ଅନ୍ତ ହେବ । ତେବେ ଏସବୁ ମଧ୍ୟରେ ଶୁକ୍ରବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି ।
WHO ମୁଖ୍ୟ ଟେଡ୍ରୋସ୍ ଆଡନୋମ୍ ଗେବ୍ରେସିସ୍ କହିଛନ୍ତି କି ୨୦୨୨ରେ କରୋନା ମହାମାରୀର ଶେଷ ବର୍ଷ ହେବ । ଯଦି ବିକଶିତ ଦେଶ ଭ୍ୟାକସିନକୁ ଅନ୍ୟ ଦେଶକୁ ଯୋଗାଇ ଦିଅନ୍ତି ତେବେ ୨୦୨୨ରେ କରୋନାର ଅନ୍ତ ହେବ ।