ରାଜ୍ୟରେ କମୁଛି ଶୀତର ଳହରୀ । ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ୧୦ ଡିଗ୍ରୀ ତଳେ ରହିଛି ୫ଟି ସହରର ତାପମାତ୍ରା। ସର୍ବନିମ୍ନ ରାତି ତାପମାତ୍ରା ୮ଡିଗ୍ରୀ ସେଲସିୟସ ସହ ସୁନ୍ଦରଗଡ଼ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ରହିଛି। ଆଭ୍ୟନ୍ତରୀଣ ଓଡିଶାରେ ରାତିର ତାପମାତ୍ରାରେ ୪.୫ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୨.୨ ଡିଗ୍ରୀ ପର୍ୟ୍ୟନ୍ତ ବଢିଛି।
ଆଗାମୀ ୨ଦିନ ଯାଏ ରାଜ୍ୟର ପାଗ ଶୁଖିଲା ରହିବ। କିଛି ଜିଲ୍ଲାରେ ସାମାନ୍ୟରୁ ଘନ କୁହୁ଼ଡି ଦେଖାଯିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି । ୨୭ ତାରିଖରୁ ରାଜ୍ୟର ତିନିଟି ଜିଲ୍ଲାରେ ହାଲୁକାର ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ୨୮ ତାରିଖରେ ୧୨ଟି ଜିଲ୍ଲାରେ ଓ ୨୯ ତାରିଖରେ ୮ଟି ସାମାନ୍ୟ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଆଗାମୀ ୪ରୁ ୫ଦିନ ମଧ୍ୟର ରାତିରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।
Sign in
Sign in
Recover your password.
A password will be e-mailed to you.