ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ଅଷ୍ଟମ ସଂସ୍କରଣର ବୁଧବାର କେପ୍ଟାଉନର ନ୍ୟୁଲାଣ୍ଡ ଗ୍ରାଉଣ୍ଡରେ ଗ୍ରୁପ-ବି ର ଏକ ମ୍ୟାଚ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ। ଭାରତ ଉକ୍ତ ମ୍ୟାଚକୁ ଜିତି ସେମିଫାଇନାଲ ରାସ୍ତାରେ ଆଉ ପାଦେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଥିବାବେଳେ ୱେଷ୍ଟଇଣ୍ଡିଜ୍ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବ।
ହରମାନପ୍ରୀତ କୌରଙ୍କ ନେତୃତ୍ବାଧିନ ଭାରତ ପ୍ରଥମ ମ୍ୟାଚରେ ୭ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା। ଦଳ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ପ୍ରଦର୍ଶନ କରିଥିଲା। ବ୍ୟାଟିଂରେ ଓପନର ଶେଫାଳି ବର୍ମା ଓ ୟାସ୍ତିକା ଭାଟିଆ ଭଲ ଆରମ୍ଭ କରିଥିଲେ। ଜେମିମା ରୋଡ୍ଡିଗ୍ବୋଜ ଓ ରିଚା ଘୋଷ ଚମତ୍କାର ବ୍ୟାଟିଂ କରିଥିଲେ। ଜେମିମା ୫୩ରନ କରିଥିବାବେଳେ ରିଚା ୩୧ରନ କରି ଅପରାଜିତ ରହିଥିଲେ। ବୋଲିଂରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିଥିଲା। ରେଣୁକା ସିଂହ, ରାଜେଶ୍ବରୀ ଗାଏକ୍ବାର୍ଡ ରାଧା ଯାଦବ ଭଲ ବୋଲିଂ କରିଥିବାବେଳେ ଦୀପ୍ତି ଶର୍ମା ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଆଙ୍ଗୁଠିରେ ଆହତ ପାଇଁ ପ୍ରଥମ ମ୍ୟାଚ ଖେଳିନଥିବା ସ୍ମୃତି ମାନ୍ଧାନା ସୁସ୍ଥ ହେବା ପରେ ଦଳକୁ ଫେରିଛନ୍ତି। ମାନ୍ଧାନା ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ ଖେଳିବେ। ଯାହା ଭାରତର ବ୍ୟାଟିଂ ଲାଇନକୁ ଶକ୍ତ କରିବ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ମ୍ୟାଚରେ ଇଂଲଣ୍ଡ ନିକଟରୁ ପରାଜିତ ହୋଇଥିଲା। ଦଳ ସେମିଫାଇନାଲ ଦୌଡ଼ରେ ତିଷ୍ଠି ରହବା ଲାଗି ଭାରତ ବିପକ୍ଷ ମ୍ୟାଚକୁ ଜିତିବା ଜରୁରୀ ହୋଇପଡିଛି। ଇଂଲଣ୍ଡ ବିପକ୍ଷରେ ବ୍ୟାଟିଂ ଓ ବୋଲିଂରେ ଦଳ ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିନଥିଲା। ଅଧିନାୟିକା ହେଲ୍ଲି ମାଥ୍ୟୁସ ଓ ସିମେନ କ୍ୟାମ୍ବେଲଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟର ବଡ ସ୍କୋର କରିପାରିନଥିଲେ। ବୋଲିଂରେ ମଧ୍ୟ ଚିନ୍ଲି ହେନ୍ରୀ ୨ଟି ୱିକେଟ ନେଇଥିଲେ। ଭାରତକୁ ପରାସ୍ତ କରିବା ନେଇ ଦଳ କୌଣସି ମତେ ଉଦ୍ୟମ କରିବ। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ଟ୍ବେଣ୍ଟି୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଗତ ଜାନୁଆରୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୨ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳିଥିଲା। ଉଭୟ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା।
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
						
			