ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ୫ଟି ଦଳ ଭାଗନେବେ। ମୁମ୍ବଇର ୨ଟି ଷ୍ଟାଡିୟମ୍ରେ ମୋଟ ୨୨ଟି ମ୍ୟାଚ୍ ଖେଳାଯିବ। ମହିଳା ଆଇପିଏଲର ଉଦ୍ଘାଟନୀ ସଂସ୍କରଣର ଖେଳାଳି ନିଲାମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହାର ଦିନକ ପରେ ମଙ୍ଗଳବାର ଏହି ଟୁର୍ଣ୍ଣାମେଣ୍ଟର ଖେଳସୂଚୀ ବିସିସିଆଇ ଘୋଷଣା କରିଛି। ମାର୍ଚ୍ଚ ୪ରେ ମୁମ୍ବଇର ଡି.ୱାଇ. ପାଟିଲ ଷ୍ଟାଡିୟମ୍ରେ ମହିଳା ଆଇପିଏଲର ଉଦ୍ଘାଟନୀ ମୁକାବିଲା ଗୁଜରାଟ ଜ୍ୟାଣ୍ଟ୍ସ ଓ ଘରୋଇ ଦଳ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ମଙ୍ଗଳବାର ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ମହିଳା ଆଇପିଏଲର ଲିଗ୍ ପର୍ଯ୍ୟାୟରେ ମୋଟ ୨୦ଟି ମ୍ୟାଚ୍ ଖେଳାଯିବ। ଏହାସହ ୨ଟି ପ୍ଲେଅଫ୍କୁ ମିଶାଇ ମୋଟ ୨୨ଟି ମ୍ୟାଚ୍ ୨୩ ଦିନରେ ଖେଳାଯିବ। ପୂରା ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ମୁମ୍ବଇର ୨ଟି କ୍ରୀଡ଼ାଙ୍ଗନ ବ୍ରାବୋର୍ଣ୍ଣ ଓ ଡିୱାଇ ପାଟିଲ ଷ୍ଟାଡିୟମ୍ରେ ଖେଳାଯିବ।
ମାର୍ଚ୍ଚ ୫ରେ ପ୍ରଥମଥର ଦିନକୁ ୨ଟି ମ୍ୟାଚ୍ ଖେଳାଯିବ। ଏହିଦିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)-ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ୟୁପି ୱାରିଅର୍ଜ-ଗୁଜରାଟ ଜ୍ୟାଣ୍ଟ୍ସ ମୁକାବିଲା ହେବ। ସମସ୍ତ ଅପରାହ୍ଣ ମ୍ୟାଚ୍ ୩.୩୦ରୁ ଏବଂ ସନ୍ଧ୍ୟା ମ୍ୟାଚ୍ ୭.୩୦ରୁ ଆରମ୍ଭ ହେବ। ଲିଗ୍ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ ମାର୍ଚ୍ଚ ୨୧ରେ ୟୁପି ୱାରିଅର୍ଜ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ରେ ଖେଳାଯିବ। ଲିଗ୍ ପର୍ଯ୍ୟାୟର ପରେ ସର୍ବୋଚ୍ଚ ସ୍ଥାନରେ ଥିବା ଦଳ ସିଧାସଳଖ ଫାଇନାଲ ମ୍ୟାଚ୍ ଖେଳିବ। ୨ୟ ଓ ୩ୟ ସ୍ଥାନରେ ଥିବା ଦଳଙ୍କ ମଧ୍ୟରେ ଏଲିମିନେଟର ମ୍ୟାଚ୍ ମାର୍ଚ୍ଚ ୨୪ରେ ଡିୱାଇ ପାଟିଲ ଷ୍ଟାଡିୟମ୍ରେ ଖେଳାଯିବ। ଶୀର୍ଷ ସ୍ଥାନରେ ଥିବା ଦଳ ଓ ଏଲିମିନେଟର ମ୍ୟାଚ୍ର ବିଜେତା ଦଳ ମାର୍ଚ୍ଚ ୨୬ରେ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ରେ ଫାଇନାଲ ମ୍ୟାଚ୍ ଖେଳିବେ। ସୋମବାର ନିଲାମରେ ୫ଟି ଫ୍ରାଞ୍ଚାଇଜି ମିଳିତ ଭାବେ ୮୭ ଜଣ ମହିଳା କ୍ରିକେଟରଙ୍କୁ କିଣିବା ପାଇଁ ମୋଟ ୫୯.୫୦ କୋଟି ଟଙ୍କା ବ୍ୟୟ କରିଛନ୍ତି। ତାରକା ଭାରତୀୟ ଓପ୍ନର ସ୍ମୃତି ମାନ୍ଧାନା ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି। ମାନ୍ଧାନାଙ୍କୁ ଆର୍ସିବି ୩ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି। ବିଦେଶୀ ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଆସ୍ଲେ ଗାର୍ଡନର ସବୁଠାରୁ ଦାମୀ ଖେଳାଳି ଅଛନ୍ତି। ଗାର୍ଡନରଙ୍କୁ ଗୁଜରାଟ ଜ୍ୟାଣ୍ଟସ୍ ୩.୨୦ କୋଟି ଟଙ୍କାରେ କିଣିଛି।
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
						
			