Odia News Portal

ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବଢିଲା

ଭୁବନେଶ୍ୱର: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢିଲା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା । ଏଣିକି ୮୦୭୦ ଟଙ୍କା ମାସିକ ଦରମା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୦,୧୦୦ ଟଙ୍କା । ଏହାସହିତ ୮୩୯୦ ଟଙ୍କା ମାସିକ ଦରମା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୦,୫୦୦ ଟଙ୍କା । ସେହିଭଳି ୮୭୫୦ ଟଙ୍କା ମାସିକ ଦରମା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୦,୯୦୦ ଟଙ୍କା ।

୮୮୮୦ ଟଙ୍କା ମାସିକ ଦରମା ପାଉଥିବା କର୍ମଚାରୀଙ୍କ ଦରମା ବଢି ୧୧,୧୦୦ଟଙ୍କା କୁ ବୃଦ୍ଧି କରାଯାଇଛି । ୯୦୦୦ ପାଉଥିବା କର୍ମଚାରୀଙ୍କୁ ମିଳିବ ୧୧,୨୦୦ ଟଙ୍କା । ଅନ୍ୟପଟେ ୯୨୫୦ ଟଙ୍କା ମାସିକ ଦରମା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୧,୫୦୦ ଟଙ୍କା । ୯୫୦୦ ଟଙ୍କା ମାସିକ ଦରମା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୧,୯୦୦ ଟଙ୍କା ମିଳିବାକୁ ଯାଉଛି ।

୧୦୦୦୦ ଟଙ୍କା ମାସିକ ଦରମା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୨,୫୦୦ ଟଙ୍କା । ୧୬୮୮୦ ଟଙ୍କା ମାସିକ ଦରମା ପାଉଥିବା କର୍ମଚାରୀଙ୍କୁ ମିଳିବ ୨୧,୧୦୦ ଟଙ୍କା । ଏହି ବର୍ଦ୍ଧିତ ଦରମା ଆସନ୍ତା ମାସରୁ ଲାଗୁ ହେବା ନେଇ ସୂଚନା ମିଳିଛି ।