Odia News Portal

କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତୁଣୀର ସନ୍ଦେହଜନକ ମୃତ୍ୟୁ

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦିୟୁରପ୍ପାଙ୍କ ନାତୁଣୀଙ୍କର ସନ୍ଦେହଜନକ ମୃତ୍ୟୁ । ମାତ୍ର ୩୦ ବର୍ଷୀୟ ସୈନ୍ଦର୍ୟ୍ୟାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେଣ୍ଟ୍ରାଲ ବେଙ୍ଗାଳୁରୁର ବସନ୍ତନଗର ଆପାର୍ଟମେଣ୍ଟରେ ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ଉଦ୍ଧାର କରାଯିବା ପରେ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।। ତାଙ୍କ ନାଁ ସୌନ୍ଦର୍ୟ୍ୟା ନିରଜ । ପେଶାରେ ସେ ଜଣେ ଡାକ୍ତର । ୨୦୧୯ରେ ସୌନ୍ଦର୍ୟ୍ୟା ଡାକ୍ତର ନିରଜଙ୍କୁ ବିବାହ କରିଥିଲେ ।
ସୂଚନା ଅନୁଯାୟୀ, ଗତ ଦୁଇ ବର୍ଷ ତଳେ ସୌନ୍ଦର୍ୟ୍ୟା ବିବାହ କରିଥିଲେ। ସୌନ୍ଦର୍ୟ୍ୟା ହେଉଛନ୍ତି ୟେଦ୍ୟୁରପ୍ପାଙ୍କ ବଡଝିଅ ପଦ୍ମାଙ୍କ କନ୍ୟା। ସେ ସ୍ଥାନୀୟ ଏମଏସ ରାମେୟା ହସ୍ପିଟାଲରେ ଜଣେ ଡାକ୍ତର ଭାବେ ପ୍ରାକ୍ଟିସ କରୁଥିଲେ। ସୌନ୍ଦର୍ୟ୍ୟାଙ୍କ ଏକ ୪ ମାସର ସନ୍ତାନ ମଧ୍ୟ ରହିଛି । ତେବେ ଆଜି ସକାଳ ୧୦ଟା ବେଳେ ସୌନ୍ଦର୍ୟ୍ୟା ରହୁଥିବା ଘରର କବାଟ ନ ଖୋଲିବାରୁ ଆଟେଣ୍ଡାଣ୍ଟ ଜଣକ ସୌନ୍ଦର୍ୟ୍ୟାଙ୍କ ସ୍ବାମୀ ଡାକ୍ତର ନୀରଜଙ୍କୁ ଖବର ଦେଇଥିଲେ । ପରେ କବାଟ ଭାଙ୍ଗି ଦେଖିବାରୁ ଜଣାପଡିଥିଲା ସୌନ୍ଦର୍ୟ୍ୟା ବେଡରୁମର ସିଲିଂ ଫ୍ୟାନରେ ସୁଇସାଇଡ କରିଛନ୍ତି। ତେବେ ଏହା ଆତ୍ମହତ୍ୟା କି ନୁହେଁ ଜଣା ପଡିନି । ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ସନ୍ଦେହ କରାଯାଉଛି । କେମିତି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ପୋଲିସ ତଦନ୍ତ ଜାରି ରଖିଛି ।