Odia News Portal

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ, ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କଲେ

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ ।  ବିଷ ପିଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଜୀବନ ହାରିଲେ । ମୃତ ଯୁବକ ହେଲେ ମୟୂରଭଞ୍ଜ ଜିଲ୍ଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଗାଁର ବ୍ରହ୍ମାନନ୍ଦ ଗିରି ।  ୭ ବର୍ଷ ଧରି ପାଖ ଜଣେ ଯୁବତୀଙ୍କୁ ଭଲ ପାଇ ଆସିଥିଲେ ବ୍ରହ୍ମାନନ୍ଦ ।  ଯୁବତୀଙ୍କ ଘର ଲୋକେ ପ୍ରେମକୁ ବିରୋଧ କରିବା ସହ ତାଙ୍କୁ ମାରିବାକୁ ଧମକ ଚମକ ଦେଉଥିବା ଭିଡିଓରେ କହିଛନ୍ତି ବ୍ରହ୍ମାନନ୍ଦ ।   ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି ।  ବ୍ରହ୍ମାନନ୍ଦଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାସଗୋବିନ୍ଦପୁର ଥାନା ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି ।  ମାଣିନ୍ଦା ଗ୍ରାମବାସୀ ଥାନା ସମ୍ମୁଖରେ ପହଞ୍ଚି ଯୁବତୀଙ୍କ ପରିବାର ଲୋକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।