ଜଗତସିଂହପୁର ସଦର ଥାନା କାଠିଆପଡା ଗାଁରେ ସସ୍ମିତା ଦାସ ହତ୍ୟାକାଣ୍ଡ ଘଟଣା । ଜାମସେଦପୁରରୁ ହତ୍ୟାକାରୀ ପ୍ରେମିକ ଗିରଫ । ଗିରଫ କଲା ଜଗତସିଂହପୁର ପୋଲିସ । ଗତକାଲି ରାତି ୨ଟାରେ ଜଗତସିଂହପୁର ଥାନାରେ ପହଂଚିଛି ଅଭିଯୁକ୍ତ । ଆଜି ହୋଇପାରେ ଟି ଆଇ ପରେଡ଼ । ନିର୍ବନ୍ଧ ହେବା ପରେ ସସ୍ମିତାଙ୍କୁ ମୁଗ ବିଲ ନିକଟରକୁ ଡାକି ହତ୍ୟା କରିଥିଲା ପ୍ରେମିକ । ପ୍ରେମିକ ଘର ଜଗତସିଂହପୁର ଅଂଚଳର । ଜାମସେଦପୂର୍ ରେ ରହି ବ୍ୟବସାୟ କରେ ପ୍ରେମିକ । ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲା ପ୍ରେମିକ । ଅନ୍ୟତ୍ର ନିର୍ବନ୍ଧ ହେବାରୁ ରାଗିଯାଇ ହତ୍ୟା କରିଥିଲା ପ୍ରେମିକ । ଦିନ କେଇଟା ପରେ ସସ୍ମିତାଙ୍କ ହୋଇଥାଆନ୍ତା ବିବାହ । ମୁଗ ବିଲ ଭିତରୁ ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗାଁର ଗତ ୧୯ତାରିଖ ରବିବାର ଦିନ ମାମୁ ଘରେ ନିର୍ବନ୍ଧ ହୋଇଥିଲା । ନିର୍ବନ୍ଧ ପରେ ସୋମବାର ଦିନ ସସ୍ମିତା ଘରକୁ ଫେରିଥିଲେ । ରାତିରେ ଖାଇବା ପୂର୍ବରୁ ପଡ଼ୋଶୀ ଘରକୁ ଯିବାକୁ କହି ଆଉ ଫେରି ନଥିଲେ । ଏହାପରେ ଫୋନ ସୁଇଚ ଅପ୍ ଦେଖାଇଥିଲା । ପରିବାର ଲୋକମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିବା ବେଳେ ଝିଅକୁ ପାଇ ନଥିଲେ । ବିଲରେ ଝିଅର ମୃତଦେହ ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଗାଁରେ ଜଣେ ପଡ଼ୋଶୀ ସହ କଳି ହୋଇଥିଲା । ଏହାପଛରେ ବୟ ଫ୍ରେଣ୍ଡର ସମ୍ପୃକ୍ତି ରହିଥାଇପାରେ ବୋଲି ପୋଲିସ ସନ୍ଦେହ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଜାମସେଦପୁରରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।
