Odia News Portal

ପାକିସ୍ତାନକୁ ଧୂଳି ଚଟାଇଲା ଜିମ୍ବାୱେ

ହରାରେ : ବିଶ୍ୱ କ୍ରିକେଟର ଅନ୍ୟତମ ଦୁର୍ବଳ ଦଳ ଜିମ୍ବାୱେ ପାକିସ୍ତାନକୁ ଜୋରଦାର ଝଟକା ଦେଇଛନ୍ତି । ପ୍ରଥମ ଟି-୨୦ରେ ଅଳ୍ପକେ ବିଜୟରୁ ବଂଚିତ ହୋଇଥିବା ଜିମ୍ବାୱେ ଦ୍ୱିତୀୟ ମ୍ୟାଚରେ କିନ୍ତୁ ସୁମଧୁର ପ୍ରତିଶୋଧ ନେଇଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୧୧୮ ରନ୍ କରିଥିବାବେଳେ ସହଜ ବିଜୟ ଲକ୍ଷ୍ୟରେ ଥିବା ପାକିସ୍ତାନ ଅଚାନକ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇ ମାତ୍ର ୯୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଲୁକ୍ ଜୋଙ୍ଗୱେ ୪ ୱିକେଟ ନେଇ ମ୍ୟାଚର ମୋଡ ବଦଳାଇ ଦେଇଥିଲେ ।


୧୧୯ ରନ୍କୁ ପିଛା କରି ପାକିସ୍ତାନ ୨୧ ରନରେ ରିଜୁୱାନ (୧୩)ଙ୍କ ୱିକେଟ ହରାଇଥିଲା । ପରେ ଫଖର ଜମାନ (୨), ମହମ୍ମଦ ହଫିଜ (୫) ମଧ୍ୟ ଆଉଟ୍ ହୋଇଥିଲେ । ତେବେ ଅଧିନାୟକ ବାବର ଆଜମ ଏକାକୀ ଲଢୁଆ ବ୍ୟାଟିଂ କରି ୪୧ ରନ୍ କରିଥିବାବେଳେ ମ୍ୟାଚର ହିରୋ ଲୁକ୍ ତାଙ୍କ ୱିକେଟ କରି ବଡ ସଫଳତା ପାଇଥିଲେ । ପରେ ଡାନିସ ଅଜିଜ୍ (୨୨), ଅସିଫ ଅଲି (୧), ଫହିମ ଅଶ୍ରଫ (୨), ଉସମାନ କ୍ୱାଦିର (୦) ପ୍ରମୁଖ ବିଫଳ ହୋଇଥିଲେ । ଫଳରେ ପାକିସ୍ତାନ ୧୯.୫ ଓଭରରେ ୯୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଲୁକ୍ ଜୋଙ୍ଗୱେ ୧୮ ରନ୍ ଦେଇ ୪ ୱିକେଟ ଓ ବୁରି ୨ ୱିକେଟ ନେଇଥିଲେ ।
ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ କାମହ୍ନୁକାମୱେ (୩୪), ଚାକାଭା (୧୮), ମାଧିଭିରେ (୧୬) ରନ୍ ବ୍ୟାଟିଂ ବଳରେ ଦଳ ୨୦ ଓଭରରେ ୯ ୱିକେଟ ହରାଇ ୧୧୮ ରନ୍ କରିଥିଲେ । ପାକିସ୍ତାନ ପକ୍ଷରୁ ଅଜିଜ୍ ଓ ହାସନେନ ୨ ଲେଖାଏଁ ୱିକେଟ ନେଇଥିଲେ ।