Odia News Portal

ଦିଲ୍ଲୀରେ ଆଉ ୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଦେଶରେ ଦୈନିକ ଭାବେ କରୋନାର ଓମିକ୍ରନ ଭାରିଆଣ୍ଟ ବୃଦ୍ଧି ପାଉଥିବା ଦେଖାଯାଉଛି। ଶୁକ୍ରବାର ଦିଲ୍ଲୀରେ ୧୦ ନୂଆ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି। ଏଯାଏଁ ୧୧ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବ୍ୟାପି ସାରିଛି।

ସେହିପରି ସୂଚନା ମୁତାବକ ଗୋଆକୁ ବ୍ରିଟେନ ରୁ ଆସିଥିବା ୩ ନାଗରିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ୩ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ନମୁନା ଜିନୋମ ସ୍ୱିକେନସିଂ ପାଇଁ ପଠାଇଯାଇଛି। ଯାହାଦ୍ୱାରା ସେମାନେ ଓମିକ୍ରନ ସଂକ୍ରମିତ କି ନୁହେଁ ଏହାର ନିଶ୍ଚିତ କରାଯାଇପାରିବ।
ଓମିକ୍ରନର ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ରହିଛି। ଏଠାରେ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜସ୍ଥାନରେ ୧୭, ଦିଲ୍ଲୀରେ ୨୦, କେରଳ ୫, ଗୁଜରାଟ ୫, କର୍ଣ୍ଣାଟକ ୮, ତେଲେଙ୍ଗାନା ୭, ପଶ୍ଚିମବଙ୍ଗ,ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡରେ ଗୋଟିଏ ଲେଖାଏଁ ମାମଲା ରହିଛି।