Odia News Portal

ମହାରଷ୍ଟ୍ରରେ ଆଉ ୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ମହାରାଷ୍ଟ୍ରରେ ଆଉ ୭ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ। ସେମାନଙ୍କ ମଧ୍ୟରେ ୩ଜଣ ମୁମ୍ବାଇର ହୋଇଥିବାବେଳେ ୪ଜଣ ପିମ୍ପିରି ଚିନଚ୍ଵାଦ ମୁନିସିପାଲିଟି ଅଞ୍ଚଳର। ସେମାନଙ୍କ ମଧ୍ୟରେ ଅଛି ଜଣେ ୩ ବର୍ଷର ଶିଶୁ। ୭ ଜଣଙ୍କ ମଧ୍ୟରୁ ୪ଜଣ ଭ୍ୟାକ୍ସିନ ନେଇସାରିଛନ୍ତି। ୪ଜଣଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା

ମୁମ୍ବାଇର ୩ଜଣ ବ୍ୟକ୍ତି ତାନଜେନିଆ, ବ୍ରିଟେନ ଓ ସାଉଥ ଆଫ୍ରିକାରୁ ଆସିଥିଲେ। ଏହାକୁ ମିଶାଇ ମହାରାଷ୍ଟ୍ରରେ ଓମିକ୍ରନ କେସ ୧୭ରେ ପହଞ୍ଚିଛି। ତେବେ ଓମିକ୍ରନ କେଶ ବଢୁଥିବାରୁ ମହାରାଷ୍ଟ୍ରରେ ୧୪୪ ଧାରା ଲାଗୁ କରାଯାଇଛି। ୧୧ ଓ ୧୨ ତାରିଖ ଦୁଇ ଦିନ ପାଇଁ ଲାଗୁ କରାଯାଇଛି ୧୪୪ ଧାରା। ରାଲି , ମୋର୍ଚ୍ଚା, ଶୋଭାଯାତ୍ରା ବ୍ୟାନ କରାଯାଇଛି । ଗାଡ଼ି ମଟର ଚଳାଚଳ ମଧ୍ୟ ବନ୍ଦ କରାଯାଇଛି।