Odia News Portal

ସଂସଦୀୟ ଦଳ ବୈଠକରେ ଜବାବ ମାଗିପାରନ୍ତି ପ୍ରଧାନମନ୍ତ୍ରୀ

ଚେତାବନି ପରେ ବି ସଂସଦରେ ଅନୁପସ୍ଥିତ ରହିଲେ ସାଂସଦ ।ସଂସଦର ଶୀତକାଳିନ ଅଧିବେଶନ ଶେଷ ହେବା ପୂର୍ବରୁ ବିଜେପି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେଉଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ ବରିଷ୍ଠ ନେତା ସାମିଲ ହେବାର ସମ୍ଭାବନା ରହିଛି । କିଛି ମିଡିଆ ରିପୋର୍ଟ ଅନୁସାରେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସାଂସଦଙ୍କୁ ଜବାବ ମାଗିପାରନ୍ତି ଯେଉଁମାନେ ଚେତାବନୀ ଦେବା ପରେ ବି ସଂସଦରେ ଅନୁପସ୍ଥିତ ଥିଲେ ।
ସୁଚନାନୂଯାୟୀ ସୋମବାର ସଂସଦରେ ପ୍ରଶ୍ନ ନିଆଯାଇଥିଲା ସେତେବେଳେ ବିଜେପିର ୧୦ ଜଣ ସାଂସଦ ଯେଉଁମାନଙ୍କ ନାଁ ଏହି ପ୍ରଶ୍ନରେ ସାମିଲ ଥିଲା ସେମାନେ ଅନୁପସ୍ଥିତ ଥିଲେ । କୁହାଯାଉଛି ଯେ, ସଂସଦୀୟ ଦଳ ବୈଠକରେ ସେମାନଙ୍କୁ ଏ ନେଇ ଜବାବ ମଗାଯାଇପାରେ । ଏହା ପୂର୍ବରୁ ଗତ ସପ୍ତାହ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ସଂସଦୀୟ ଦଳ ବୈଠକରେ ସମସ୍ତ ଦଳୀୟ ସାଂସଦଙ୍କୁ ଚେତାବନୀ ଦେଇଥିଲେ ।
ସଂସଦ ଅଧିବେଶନର ଶେଷ ସପ୍ତାହ ଥିବାବେଳେ ଦଳ ନିଜ ରଣନୀତିକୁ ନେଇ ମଧ୍ୟ ଚର୍ଚ୍ଚା କରିପାରେ । ଏହା ବ୍ୟତୀତ ଆସନ୍ତା ବର୍ଷ କିଛି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ଏହି ବୈଠକରେ ଚର୍ଚ୍ଚା କରାଯାଇପାରେ । ରାଜ୍ୟସଭାର ୧୨ ବିରୋଧୀ ସାଂସଦଙ୍କୁ ନିଲମ୍ବନ ମାମଲାରେ ସରକାର ଏବଂ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ନା ସରକାର ସେମାନଙ୍କ ନିଲମ୍ବନ ପ୍ରତ୍ୟାହାର ନେବା ପକ୍ଷରେ ଅଛନ୍ତି ନା ବିରୋଧୀ ଏଥିପାଇଁ କ୍ଷମା ପ୍ରାର୍ଥନା କରିବାକୁ ପ୍ରସ୍ତୁତ । ଏହି ବୈଠକରେ ଏହା ଉପରେ ଚର୍ଚ୍ଚା ମଧ୍ୟ କରାଯାଇପାରେ ।