Odia News Portal

ନଭେମ୍ବର ଯାଏଁ ମାଗଣା ରାସନ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଆଜି ଦେଶବାସୀଙ୍କୁ ସମ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଆସନ୍ତା ନଭେମ୍ବର ଯାଏଁ ମାଗଣା ରାସନ ଦିଆଯିବ । ଦେଶର ୮୦ କୋଟି ରାସନ ଉପଭୋକ୍ତା ଏଥିରେ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ଏଭଳି ଘୋଷଣାକୁ ସାଧାରଣରେ ପ୍ରଂଶସା କରାଯାଇଛି ।

ସେପଟେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯିବ କୋଭିଡ୍ ଟିକା । ଜୁନ୍ ୨୧ରୁ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବା ନେଇ ଘଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସବୁ ରାଜ୍ୟକୁ ମାଗଣାରେ ଟିକା ଯୋଗାଇଦେବେ କେନ୍ଦ୍ର ସରକାର । ୨୫ ପ୍ରତିଶତ ଭ୍ୟାକ୍ସିନ୍ ଘରୋଇ ହସ୍ପିଟାଲକୁ ଦିଆଯିବ ବୋଲି କହିଛନ୍ତି ପିଏମ୍ ମୋଦି । ଯେଉଁମାନେ ଘରୋଇ ମେଡିକାଲରେ ଟିକା ନେବାକୁ ଚାହିଁବେ ସେମାନେ ୧୫୦ ଟଙ୍କା ସର୍ଭିସ ଚାର୍ଜ ଦେଇ ଟିକାନେଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିକା ପାଇଁ ରାଜ୍ୟ ସରକାର କିଛି ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ ।