Odia News Portal

୧୫ରୁ ଗୁଜୁରାଟରେ ଲାଗୁହେବ ଲଭ୍‌ଜିହାଦ ଆଇନ୍‌

ଅହମଦାବାଦ: ଆସନ୍ତା ୧୫ ତାରିଖରୁ ଗୁଜୁରାଟରେ ଲାଗୁ ହେବାକୁ ଯାଉଛି ଲଭହିହାଦ୍ ଆଇନ୍ । ଏନେଇ ଆଜି ସୂଚନା ଦେଇଛନ୍ତି ଆଚାର୍ଯ୍ୟ ଦେବବ୍ରତ । ଲଭ୍ ଜିହାଦ୍ ଆଇନ୍ ଆସନ୍ତା ଜୁନ୍ ୧୫ ତାରିଖ ଠାରୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ଏହି ଆଇନକୁ ରାଜ୍ୟରେ ଲାଗୁ ହେବାକୁ ଯାଉଥିବା ଏହି ଆଇନ୍ ବଳରେ କୌଣସି ପ୍ରକାରରେ ହିଂସାତ୍ମକ ପଦ୍ଧିତି ମାଧ୍ୟମରେ କାହାର ଧର୍ମ ପରିବର୍ତ୍ତନ କରାଯାଇପାରିବ ନାହିଁ ।

ସୂଚନାଯୋଗ୍ୟ, ବିଗତ ଦିନରେ ଗୁଜରାଟ ରାଜ୍ୟପାଳ ଅଚା ର୍ଯ୍ୟ ଦେବବ୍ରତ ମଂଜୁରୀ ଉପରେ ମୋହର ଲଗାଇଛନ୍ତି । ଏଥି ସହିତ ଗୁଜରାଟରେ ଲଭ୍ ଜିହାଦକୁ ନେଇ ପ୍ରଭାବଶାଳୀ ଆଇନ ଗଠନ ହୋଇଛି । ଏହି ଆଇନ ବଳରେ ମିଛ କହି ବିବାହ ଓ ବଳପୂର୍ବକ ଧର୍ମପରିବର୍ତ୍ତନ କରିବା ମାମଳାରେ ୧୦ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ବିଗତ ଦିନରେ ଗୁଜରାଟ ବିଧାନସଭାରେ ଲଭ୍ ଜିହାଦକୁ ନେଇ ହଙ୍ଗାମା ହୋଇଥିଲା ।