Odia News Portal

ଶିଶୁପାଳ ହେଲା ଗୁଟଖାଖିଆ ବର

ଲକ୍ଷୌ: ପୂର୍ବରୁ ଆପଣ ଅନେକ ଖବର ପଢ଼ିଛନ୍ତି ମଦୁଆ ବରକୁ ମନା କରିଛନ୍ତି କନିଆଁ । ଏମିତିକି ବେଦିରେ ମଦ ପିଇ ବାହା ହେଉଥିବା ବରର ବାହାଘର ଭାଙ୍ଗିଛି । ତେବେ ଆଜି ଏଭଳି ଖବର ଆସିଛି କି ଜଣେ ଯୁବକ ଗୁଟଖା ଖାଇ ବାହାହେବାକୁ ଯାଇଥିବା ବେଳେ ତାଙ୍କ ବାହାଘର ଭାଙ୍ଗିଯାଇଛି । ଗୁଟଖା ଖିଆ ବରକୁ ବାହା ନହେବାକୁ ମୁହେଁ ମୁହେଁ ମନା କରି ଦେଇଛି କନିଆଁ । ଶେଷରେ ଶିଶୁପାଳ ହୋଇ ଘରକୁ ଫେରିଛି ଗୁଟଖା ଖିଆ ବର । ଉତ୍ତରପ୍ରଦେଶ ମିଳାଶ୍ରୀ ଅଞ୍ଚଳରୁ ଆସିଛି ଏଭଳି ଖବର । ଆଜି ଏକ ଜାତୀୟ ଗଣମାଧ୍ୟମରେ ଏଭଳି ଖବର ପ୍ରସାରଣ କରାଯାଇଛି ।

ମିଳାଶ୍ରୀ ଅଞ୍ଚଳର ଯୁବକ ଖେଜୁରୀ ଗାଁର ଯୁବତୀଙ୍କୁ ବିବାହ କରିବା ଲାଗି ବରଯାତ୍ରୀ ନେଇ ଯାଇଥିଲେ । ତେବେ ଯୁବକ ଜଣକ ଗୁଟଖା ଚୋବାଉଥିବା ଦେଖିବା ପରେ ବାହାହେବାକୁ ମନା କରିଥିଲେ ଯୁବତୀ । ଉଭୟ ପରିବାର ଲୋକେ ବୁଝାଶୁଝା କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିଲା । ନିଜ ଜିଦରେ ଅଟଳ ରହିଥିଲା କନିଆଁ । ଶେଷରେ ଶିଶୁପାଳ ହୋଇ ଫେରିଥିଲା ଗୁଟଖାଖିଆ ବରା । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି ।