Odia News Portal

ଟିଏମସିରେ ଯୋଗ ଦେଲେ ମୁକୁଲ

କୋଲକାତା: ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଲେ ମୁକୁଲ ରାୟ । ଆଜି କୋଲକାତାର ଟିଏମସି କାର୍ଯ୍ୟାଳୟରେ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସାଂସଦ ଅଭିଶେକ ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ମୁକୁଲଙ୍କ ସହ ତାଙ୍କ ପୁଅ ମଧ୍ୟ ଦଳରେ ସାମିଲ ହୋଇଛନ୍ତି । ମୁକୁଲଙ୍କ ଘର ବାଡୁଡ଼ାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

୨୦୧୭ ମସିହାରେ ସାରଦା ଚିଟଫଣ୍ଡ ମାମଲାରେ ଫଶିବା ପରେ ଟିଏମସିରୁ ବହିଷ୍କୃତ ହୋଇଥିଲେ ମୁକୁଲ । ଏହାପରେ ବିଜେପିରେ ଯୋଗ ଦେଇଥିଲେ ସେ । ପଶ୍ଚିମବଙ୍ଗ ରାଜନୀତିର ଏହି ଚର୍ଚ୍ଚିତ ଚେହେରାଙ୍କ ଲାଗି ୨୦୧୯ ନିର୍ବାଚନରେ ୧୯ ଜଣ ସାଂସଦ ଜିତିଥିଲେ । ତେବେ ଶୁଭେନ୍ଦୁ ଅଧିକାରୀ ବିଜେପିରେ ଯୋଗ ଦେବା ପରେ ଅଲୋଡା ହୋଇଥିଲେ ମୁକୁଲ । ଶେଷରେ ସେ ପୁଣିଥରେ ଟିଏମସିକୁ ଫେରିଛନ୍ତି ।