Odia News Portal

ଟିଏମସିକୁ ଫେରିପାରନ୍ତି ମୁକୁଲ ରାୟ

କୋଲକାତା: ବିଜେପିର ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରାୟ ଟିଏମସିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଟିଏମସିରୁ ୬ବର୍ଷ ଲାଗି ବହିସ୍କୃତ ହୋଇଥିବା ମୁକୁଲ ରାୟ ପୁଣିଥରେ ଦଳକୁ ଫେରିପାରନ୍ତି । ଆଜି ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିବାର ଯୋଜନା ରହିଛି । ଯଦି ସେ ଟିଏମସିରେ ଯୋଗଦେବେ ତାହେଲେ ତାଙ୍କ ସହ ତାଙ୍କ ପୁଅ ଓ ଅନ୍ୟ କର୍ମୀମାନେ ମଧ୍ୟ ଯୋଗ ଦେବାର ଚର୍ଚ୍ଚା ଜୋର ଧରିଛି ।

୨୦୧୭ରେ ଟିଏମସିରୁ ବହିସ୍କୃତ ହେବା ପରେ ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନରେ ୧୯ଟି ସାଂସଦ ଜିତାଇବାରେ ମୁକୁଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ତେବେ ୨୦୨୧ରେ ଶୁଭେନ୍ଦୁ ଅଧିକାରୀ ବିଜେପିରେ ଯୋଗଦେବା ପରେ ମୁକୁଲଙ୍କ କ୍ରେଜ ଦଳରେ କମିଥିଲା । ଏଣୁ ସେ ନିଜର ଭୁଲ କ୍ଷମା କରିବା ଲାଗି ମମତାଙ୍କୁ ଚିଠି ଲେଖିଛନ୍ତି ।