Odia News Portal

ଆଜି ସଦ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କହ କହିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ଶେଷ ଥର ପାଇଁ ଦେଶକୁ ସମ୍ବୋଧିତ କରିଥିଲେ, ଏପ୍ରିଲ ୨୦ ରେ, ଦୈନିକ କୋଭିଡ -୧୯ ମାମଲା ସର୍ବାଧିକ ଥିଲାବେଳେ ଦୈନିକ ମୃତ୍ୟୁସଂଖ୍ୟା ୪,୦୦୦ ପାଖାପାଖି କିମ୍ବା ଅଧିକ ଥିଲା। ସାମ୍ପ୍ରତି ଏବେ ଦୈନିକ ମାମଲାଗୁଡ଼ିକ ସ୍ଥିର ହ୍ରାସ ପାଇଛି।ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ଦୈନିକ ସଂକ୍ରମଣ ତାଲିକାରେ ୧୦୦,୬୩୬ ନୂଆ ସଂକ୍ରମଣ ମାମଲା ଏବଂ ୨୪୨୭ ଜଣ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ତେବେ ଏହା ୬୧ ଦିନ ମଧ୍ୟରେ ଏହା ସର୍ବନିମ୍ନ ରେକର୍ଡ।