Odia News Portal

୧୫ ରୁ ମାଗଣା ବୁଷ୍ଟର ଡୋଜ୍

ଧିରେ ଧିରେ ବଢିବାରେ ଲାଗିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା କବଳରୁ ଦୂରରେ ରହିବାକୁ ଗଲେ ବୁଷ୍ଟର ଡୋଜ୍ ନିହାତି ଆବଶ୍ୟକ । ତେଣୁ ଜୁଲାଇ ୧୫ରୁ ମାଗଣାରେ ଦିଆଯିବ କରୋନା ପ୍ରିକସନ୍ ଡୋଜ୍ ଟିକା । ୧୮ରୁ ଅଧିକ ବୟସ ବର୍ଗଙ୍କୁ ମାଗଣାରେ ଦିଆଯିବ ପ୍ରିକସନ ଡୋଜ୍ । ସମସ୍ତ ସରକାରୀ…

ଶ୍ରୀଲଙ୍କା ସଙ୍କଟ: ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ ହେଲେ କାମଚଳା ରାଷ୍ଟ୍ରପତି

ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ପଳାଇବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କୁ ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି। ଶ୍ରୀଲଙ୍କା ସଂସଦର ବାଚସ୍ପତି ଏହି ସୂଚନା ଦେଇଛନ୍ତି । ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଧନେଙ୍କ ସୂଚନା ଅନୁଯାୟୀ,…

ବିପଦ ଟଳିନି,ମାସ୍କ ପିନ୍ଧନ୍ତୁ: ମୁଖ୍ୟମନ୍ତ୍ରୀ

ବିପଦ ଟଳିନି କରୋନା ଏପର୍ଯ୍ୟନ୍ତ ଯାଇନାହିଁ, ସମସ୍ତେ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ ଯୋଗେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।ସେ ତାଙ୍କ ଟୁଇଟ ରେ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅନୁରୋଧ କରିଛନ୍ତି ।

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କୋରୋନା ସ୍ଥିତିରେ ହେବ ସୁଧାର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କୋରୋନା ସଂକ୍ରମଣ ଏବେ ଧୀର ଗତିରେ ବଢୁଛି । ପ୍ରଥମ ଓ ଦ୍ୱିତୀୟ ଲହର ପରି ସଂକ୍ରମଣ ଦ୍ରୁତଗତିରେ ଆଗକୁ ବଢ଼ିବନି । ସମାନ୍ତରାଳ ସ୍ଥିତିକୁ ଆସିବା ପରେ ହିଁ ସଂକ୍ରମଣ ହାର ଖସିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ଅଗଷ୍ଟ ଦ୍ୱିତୀୟ…

ଆସନ୍ତା ସପ୍ତାହରେ ହିଜାବ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ କର୍ଣ୍ଣାଟକ ହିଜାବ ମାମଲାର ଶୁଣାଣି କରିବେ । ଏହି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିବା କୋର୍ଟ କହିଛନ୍ତି। ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ କର୍ଣ୍ଣାଟକ ହାଇକୋର୍ଟ ରୋକ୍ ଲଗାଇଥିଲେ। ହାଇକୋର୍ଟଙ୍କ ନିଷ୍ପତ୍ତିକୁ କିଛି ମୁସଲିମ…

ଶ୍ରୀଲଙ୍କାରେ ଜରୁରୀ ସ୍ଥିତି ଲାଗୁ

ଅର୍ଥନୈତିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ପଳାଇବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ ଦେଶର ଜରୁରୀ ସ୍ଥିତି ଲାଗୁ କରିଛନ୍ତି । ଏହାକୁ ନେଇ ଲୋକ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି । ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କ ବାସଭବନ…

ମୁଖ୍ୟମନ୍ତ୍ରୀଙ୍କ ଗୁରୁ ପୂର୍ଣ୍ଣିମା ବାର୍ତ୍ତା

ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜ୍ଞାନର ଆଲୋକରେ ଅଜ୍ଞାନ ରୂପକ ଅନ୍ଧକାର ଦୂର କରି ଜୀବନକୁ ଆଲୋକିତ କରିବାରେ ଗୁରୁଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ। ଗୁରୁଙ୍କ ପ୍ରଦର୍ଶିତ ମାର୍ଗ ହିଁ ଜୀବନରେ ପୂର୍ଣ୍ଣତା ଆଣିଥାଏ…

ମହିଳାଙ୍କୁ ଏସିଡ ମାଡ କଲେ ଦୃବୁର୍ତ୍ତ

ମହିଳାଙ୍କୁ ଏସିଡ ମାଡ କରି ଫେରାର ହୋଇଯାଇଛନ୍ତି ଦୃବୁର୍ତ୍ତ । ଆଉ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଚିକିତ୍ସା ପାଇଁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି | ମିଳିଥିବା ସୂଚନା ମୁତାବକ ଆଠଗଡ-ତିଗିରିଆ ନୂଆପାଟଣାରେ ଜଣେ ମହିଳାଙ୍କୁ ଏସିଡ ମାଡ଼ କରାଯାଇଛି । ଆଜି ଭୋର ୪ଟା ରେ ଏଭଳି ଘଟଣା…

ଜାଲ ନୋଟ୍‌ ରାକେଟ୍‌ର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ

ବଡ଼ ଧରଣର ଜାଲ ନୋଟ୍‌ ରାକେଟ୍‌ର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ସମ୍ବଲପୁର ଯୁଯୁମରା ନିକଟରୁ ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିଛି ଏସ୍‌ଟିଏଫ୍‌। ଏହି ମାମଲାରେ ୨ ଜଣ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରାଯାଇଛି। କିଛି ଦିନ ତଳେ ବରଗଡ଼ ଜିଲ୍ଲା ବରପାଲିରୁ ୧୪…

ନୂଆ ସଂସଦ ଭବନରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ ଜାତୀୟ ପ୍ରତୀକକୁ ନେଇ ବିବାଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିଲ୍ଲୀରେ ନିର୍ମାଣାଧୀନ ନୂଆ ସଂସଦ ଭବନର ଛାତ ଉପରେ ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ପ୍ରତିକୃତି ଉନ୍ମୋଚନ କରିଥିଲେ । ଚାରୋଟି ସିଂହକୁ ନେଇ ଏହି ଜାତୀୟ ପ୍ରତୀକକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ଅନାବରଣ କରିଥିବା ଜାତୀୟ…