Odia News Portal

ଇସ୍ତଫା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ଚର୍ଚ୍ଚା ମଧ୍ୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ଦେଇଛନ୍ତି । ଉପବାଚସ୍ପତିଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇ ଦେଇଥିବା ସୂଚନା ମିଳିଛି । ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ଭିତରେ ଏହି ଇସ୍ତଫା ଖବର ସାମ୍ନାକୁ ଆସିଛି।

କିଏ ହେବେ ପରବର୍ତ୍ତୀ ବାଚସ୍ପତି ତାକୁ ନେଇ ଚର୍ଚ୍ଚା

ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଏହା ମଧ୍ୟରେ ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର ଇସ୍ତଫା ଦେଇଥିବା ବେଳେ କିଏ ହେବେ ପରବର୍ତ୍ତୀ ବାଚସ୍ପତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରେସରେ ୪ରୁ ଅଧିକ ବରିଷ୍ଠ ନେତା ଥିବା ବେଳେ ମହିଳା କାର୍ଡ ଖେଳିବା ନେଇ…

ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିଲେ ଗ୍ରାମବାସୀ

ନାହିଁ ନାହିରେ ବିଦ୍ୟାଳୟ ଚାଲୁଥିବା ବେଳେ ଅନ୍ୟପଟେ ପ୍ରଶାସନ ର କୋହୁତକ ନୀତି।ବିଦ୍ୟାଳୟ ରେ ଶିକ୍ଷକ ଆବଶ୍ୟକ ଥିବାବେଳେ ସଂପୃକ୍ତ ବିଭାଗ ଅଧିକାରୀ ବିଦ୍ୟାଳୟ ରୁ ଶିକ୍ଷକ ଙ୍କୁ କାଢି ନେବା ବିଷୟ ସମସ୍ତ ଙ୍କୁ ଚକିତ କରିଛି।ଏଭଳି ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରାଗୁଡା…

ସାମ୍ନାକୁ ଆସିଲା ସାମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା

ସାମ୍ନାକୁ ଆସିଲା ସାମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା । କେନ୍ଦୁଝରରୁ ବଦ୍ରିନାରାୟଣ ପାତ୍ର ହୋଇ ପାରନ୍ତି ସାମିଲ । ଗଞ୍ଜାମ ଜିଲ୍ଲାରୁ ଲତିକା ପ୍ରଧାନ, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାକ, କେନ୍ଦ୍ରପଡ଼ାରୁ ଅତନୀ ସବ୍ୟସଚୀ ନାଏକ, ମୟୂରଭଞ୍ଜରୁ ବାସନ୍ତୀ ହେମ୍ରମ, ବାଲେଶ୍ୱର ଜିଲ୍ଲାରୁ ବିଧାୟକ…

ଇସ୍ତଫା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

ରାଜ୍ୟ ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । କାହିଁକିନା ବିଜେଡି ସରକାରର ପଂଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତିକୁ ସପ୍ତାହ ନପୁରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ…

ଆସନ୍ତା କାଲି ରାଜଭବନରେ ହେବ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ

ଆସନ୍ତା କାଲି ରାଜଭବନରେ ହେବ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ । ତେବେ ନୂଆମନ୍ତ୍ରୀମଣ୍ଡଳରେ କିଏ ସ୍ଥାନ ପାଇବ ଓ କିଏ କେଉଁ ବିଭାଗ ପାଇବ ତାହା ଏଯାଏଁ ସସପେନ୍ସରେ ରହିଛି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏପରିକି କିଛି…

ରାଜ୍ୟ କ୍ୟାବିନେଟ ଅଦଳବଦଳ ପ୍ରକ୍ରିୟା ଆରମ୍ଭ, ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ

ନବୀନ ମନ୍ତ୍ରିମଣ୍ଡଳର ପ୍ରତୀକ୍ଷିତ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ ୧୪ ରୁ ୧୫ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପରିବହନ ମନ୍ତ୍ରୀ…

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତ ହେଲେ ସଞ୍ଜୟ କୁମାର ମିଶ୍ର

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତ ହେଲେ ସଞ୍ଜୟ କୁମାର ମିଶ୍ର । ତେବେ ୨୦୨୨ ମସିହା ଜାନୁଆରୀ ୨୯ ତାରିଖରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଶ୍ରୀ ମିଶ୍ରଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ କରିଥିବା ବେଳେ ଆଜି ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର…

ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଚଳିତ ମାସ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ | ଚଳିତ ମାସ ଶେଷ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ମାଟ୍ରିକ ଖାତା ଦେଖା ଶେଷ ହୋଇଛି; ରେଜଲ୍ଟ ନେଇ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ। ସୂଚନାଯୋଗ୍ୟ, କରୋନା…

ଦୁଇ ନିଯୋଗଙ୍କ ମଧ୍ୟରେ ବିବାଦ, ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପ୍ରଭାବିତ ହେବା ଆଶଙ୍କା

ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ଜାରି। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ନିଜ ନିଜ ଜିଦରେ ଅଟଳ ରହିଥିବାର ମହାପ୍ରଭୁଙ୍କ ମଙ୍ଗଳ ଆଳତି ହୋଇପାରି ନାହିଁ । ଏଥିଯୋଗୁଁ ଆସନ୍ତାକାଲି ଶୀତଳଷଷ୍ଠୀ, ଦେଵ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ନେଇ ଅନିଶ୍ଚିତତା ଲାଗିରହିଛି । ମନ୍ଦିର…