Odia News Portal

ଆଜିଠାରୁ କଟକରେ ପ୍ରଥମ ଓଡିଶା ଓପନ ବ୍ୟାଡମିଣ୍ଟନ

ଆଜିଠୁ କମ୍ପିବ କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ । ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଖେଳାଯିବ ବିଡବ୍ଲ୍ୟୁଏଫ୍ ଓଡ଼ିଶା ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗିତାରେ ସାରା ବିଶ୍ୱର ୩୦୦ରୁ ଅଧିକ ବଛାବଛା ଖେଳାଳିଙ୍କ ସହ ୧୦୦ରୁ ଅଧିକ ଅଫିସିଆଲ୍ସ ଭାଗ ନେବେ ।

୩୧ ରୁ ଆରମ୍ଭ ହେବ ବଜେଟ ଅଧିବେଶନ

୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ତେବେ ଏହି ଅଧିବେଶନ କାଳରେ ଭିନ୍ନ ଭିନ୍ନ ସିଫ୍ଟରେ ଲୋକସଭା ଓ ରାଜ୍ୟସଭା ଚାଲିବ । ପ୍ରତି ସଦନ ୫ ଘଣ୍ଟା ଲେଖାଏଁ ଚାଲିବ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଜାନୁଆରୀ ୩୧ରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ

ଆସନ୍ତା କାଲି ଠାରୁ ପାଗରେ ଆସିବ ପରିବର୍ତ୍ତନ,ବଢିବ ଜାଡ

ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ଘଟିବ। ଏହା ପରେ ତାପମାତ୍ରା ୩ରୁ ୫ଡିଗ୍ରୀ କମିବ ବୋଲି ପୂର୍ବାନୁମାନ ହୋଇଛି। ଫଳରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଫଳରେ ରାଜ୍ୟକୁ ଶୀତ ଫେରିବ। କିଛି ଜିଲ୍ଲାରେ କୁହୁଡିର ପରିମାଣ କମିବ

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇବ ଚୂଡାନ୍ତ ପାର୍ଥୀ ତାଲିକା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ଏହାସହ ଆଜି ମଧ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସୁଯୋଗ ବି ରହିଛି । ପଞ୍ଚାୟତ ନିର୍ବାଚନ ପାଇଁ ଘରକୁ ଘର ଗାଁ ରୁ ଗାଁ ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ଦଳୀୟ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା

ଜୁଏଲ ଓରାମଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ସୁନ୍ଦରଗଡ଼ର ବିଜେପି ସାଂସଦ ଜୁଏଲ୍ ଓରାମଙ୍କ ପାଇଁ ବଢିଲା ଅଡୁଆ । ଅଭଦ୍ର ଆଚରଣ ପ୍ରଦର୍ଶନ ବିରୋଧରେ ପୋଲିସର ଆଶ୍ରୟ ନେଲେ ନିଜ ଦଳର ଯୁବନେତ୍ରୀ । ଝିରପାଣି ଥାନାରେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏଥିସହ ତାଙ୍କ ଜୀବନ ପ୍ରତି ବିପଦ

ଖୋର୍ଦ୍ଧାରୁ ବହୁଳ ପରିମାଣରେ ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ସହରରୁ ବହୁଳ ପରିମାଣର ବ୍ରାଉନସୁଗାର ଜବତ । ସାମନ୍ତରାୟପୁରୁର ରାଜେନ୍ଦ୍ର ପୃଷ୍ଟିଙ୍କ ଘରେ ଚଢ଼ାଉ କରାଯିବା ସହିତ ବଜାର ଉପରେ ଥିବା ତାଙ୍କ ଦୋକାନରେ ଚଢ଼ାଉ କରାଯାଇ ବହୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୨୫ ଲକ୍ଷରୁ ଅଧିକ ଟଙ୍କା ହେବ ।

ହୀରାକୁଦ ଜଳସ୍ତର ଗଭୀରତା ମାପ ପ୍ରକ୍ରିୟା ଆରମ୍ଭ

ହୀରାକୁଦ ଜଳଭଣ୍ଡାରର ଗଭୀରତା ମାପ ପ୍ରକ୍ରିୟା ଆରମ୍ଭ ହୋଇଛି । ଜଳଭଣ୍ଡାରରୁ ପଟୁମାଟି ପୋତି ହେବା ନେଇ ବିଭିନ୍ନ ସମୟରେ କରାଯାଇଥିବା ସର୍ଭେରୁ ଜଣାପଡିଛି। ଏନେଇ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ପଟୁ ମାଟି ପୋତି ହୋଇଛି ତାହା ଜଳଭଣ୍ଡାରର ଗଭୀରତା ମାପ ଦ୍ୱାରା ସ୍ପଷ୍ଟ ଜଣାପଡିବ ବୋଲି

ରାଜ୍ୟରେ ୨୪ ଘଣ୍ଟାରେ ୫ ହଜାର ୮୯୧ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୫ ହଜାର ୮୯୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୯.୮୫ ପ୍ରତିଶତ । ଆଜି ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୫୯ ହଜାର ୮୦୭ ନମୁନା ପରୀକ୍ଷା ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୫ ଶହ ଆକ୍ରାନ୍ତ ଚିହ୍ନଟ

ପ୍ରେମିକାକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଲା ପ୍ରେମିକ

କରଞ୍ଜିଆ: ଜଙ୍ଗଲରୁ ମିଳିଲା ଅଜଣା ଯୁବତୀଙ୍କ ମୃତଦେହ । ପୁରା ଘଟଣାର ପର୍ଦାଫାସ କରିଛି ପୋଲିସ । ପ୍ରେମ ବ୍ୟାପାରକୁ ନେଇ ହତ୍ୟା ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ । ଖବର ଅନୁସାରେ ତୁରୁମୁଙ୍ଗା ଥାନା ବଡଗମ୍ଭାରୀଆର ଜଣେ ଯୁବତୀ ପାଟଣା ଥାନା କାମେଶ୍ଵରପୁରର

ଓଡିଶାରେ ଓମିକ୍ରନ ଗୋଷ୍ଠୀ ସଂକ୍ରମଣ ମୁହାଁ

ଓଡିଶା ଓମିକ୍ରନ ଗୋଷ୍ଠୀ ସଂକ୍ରମଣ ମୁହାଁ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହା କହିଛନ୍ତି । ଗୋଷ୍ଠୀ ସଂକ୍ରମଣର ଅର୍ଥ ସ୍ଥାନୀୟ ଅଂଚଳରେ ଓମିକ୍ରମ ସଂଖ୍ୟାରେ ବୃଦ୍ଧି । ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି, ତାହା ଜାଣିବା ପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ । କିଛି