Odia News Portal

ମୁଖ୍ୟମନ୍ତ୍ରୀ ପାଳିବେ ଆର୍ଥ ଆୱର

ଆଜି ନବୀନ ନିବାସରେ ରାତି ୮.୩୦ରୁ ୯ଟା ୩୦ ମିନିଟ ଯାଏ ଅର୍ଥ ଆୱର ପାଳିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସମସ୍ତଙ୍କୁ ଏହି ମହାନ ଅଭିଯାନରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଦରଦାମ୍ ବୃଦ୍ଧି ବିରୋଧରେ ମାର୍ଚ୍ଚ ୩୧ରୁ କଂଗ୍ରେସର ‘ମହଙ୍ଗା-ମୁକ୍ତ ଭାରତ’ ଅଭିଯାନ

ପେଟ୍ରୋଲ-ଡିଜେଲ, ଗ୍ୟାସ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟର କ୍ରମାଗତ ଦର ବୃଦ୍ଧି ନେଇ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ବିରୋଧରେ ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । କଂଗ୍ରେସ ଆସନ୍ତା ଗୁରୁବାର ଠାରୁ ଦରଦାମ୍ ବୃଦ୍ଧି ପ୍ରତିବାଦରେ ଥାଳି ଓ ଘଣ୍ଟ ବଜାଇ ଆନ୍ଦୋଳନ କରିବ |

୩୦ ଜିଲାରେ ପୌର ଭୋଟ ଗଣତି ଶେଷ : ବିଜେଡି ହାତେଇଲା ୭୩ ପୌରାଧ୍ୟକ୍ଷ ପଦ

ରାଜ୍ୟର ୩୦ ଜିଲ୍ଳାରେ ପୌର ଭୋଟ ଗଣତି ଶେଷ ହୋଇଛି। ପୌରାଧ୍ୟକ୍ଷ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଅଧିକ ଆସନ ବିଜେଡି ହାତେଇଛି। ମୋଟ ଫଳାଫଳ ପ୍ରକାଶ ପାଇଥିବା ୧୦୫ଟି ପୌରାଧ୍ୟକ୍ଷ ଆସନରୁ ବିଜେଡି ହାତେଇଛି ସର୍ବାଧିକ ୭୩ଟି ପୌରାଧ୍ୟକ୍ଷ ପଦ।   ସେହିପରି  ବିଜେପି ୧୬ଟି ପୌରାଧ୍ୟକ୍ଷ ଆସନରେ

ବ୍ରହ୍ମପୁରରେ ମେୟର ପଦ ହାତେଇଲେ ସଂଘମିତ୍ରା ଦଳେଇ

ବ୍ରହ୍ମପୁରର ମେୟର ପଦ ହାତେଇଲେ ସଂଘମିତ୍ରା ଦଳେଇ। ୨୦, ୨୩୬ ଭୋଟ ବ୍ୟବଧାନରେ ଜିତିଲେ ମେୟର ପ୍ରାର୍ଥୀ ସଂଘମିତ୍ରା। ବିଜେପିର ସବିତା ସୁଆରଙ୍କୁ ହରାଇଛନ୍ତି । ବିଜୟ ପରେ ବ୍ରହ୍ମପୁର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ସମସ୍ତ ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ

ହାଇକୋର୍ଟ ସମେତ ରାଜ୍ୟର ୧୫୧ଟି ବାର ଆସୋସିଏସନରେ ଚାଲିଛି ନିର୍ବାଚନ

ଆଜି ହାଇକୋର୍ଟ ବାର ଆସୋସିଏସନ ସମେତ ରାଜ୍ୟର ୧୫୧ ଟି ବାର ଆସୋସିଏସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସକାଳ ୮ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ବାର କାଉନସିଲ ଅଫ ଇଣ୍ଡିଆର ନିଷ୍ପତ୍ତି କ୍ରମେ ଗତ କିଛି ବର୍ଷ ଧରି ୱାନ ବାର ୱାନ ଭୋଟ ବ୍ୟବସ୍ଥା ପ୍ରଚଳିତ

ତିନି ମହାନଗରରେ ବିଜେଡି ଆଗରେ

ତିନି ମହାନଗରର ମେୟର ଦୌଡରେ ବିଜେଡି ଆଗରେ ରହିଛି ।ଭୁବନେଶ୍ବରରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ 30,989 ଭୋଟ ଆଘରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ 21792 ଏବଂ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ 1429 ଖଣ୍ଡ ଭୋଟ ପାଇଛନ୍ତି । କଟକରେ ପ୍ରଥମ ଦୁଇରାଉଣ୍ଡରେ

ବିଜେପୁରରେ ବିଜେଡିର ବାଜିମାତ୍‌

ବରଗଡ଼ ଜିଲା ବିଜେପୁରରେ ବିଜେଡି ବାଜିମାତ କରିଛି। ଦଳୀୟ ଅଧ୍ୟକ୍ଷା ପ୍ରାର୍ଥିନୀ ସୀତା ବାରିକ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପଦ୍ମାବତୀ ଦେହେରୀଙ୍କୁ ୬୪୧ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି। ସୀତାଙ୍କୁ ୩୮୧୬ ଭୋଟ ମିଳିଥିବା ବେଳେ ପଦ୍ମାବତୀ ୩୧୭୫ ଖଣ୍ଡ ଭୋଟ

ଯାଜପୁର, ବୌଦ୍ଧରେ ପୌରାଧ୍ୟକ୍ଷ ପଦ ହାତେଇବ ବିଜେଡି

ଚାଲିଛି ପୌର ନିର୍ବାଚନ ଭୋଟ ଗଣତି । ରାଜ୍ୟର ବିଭିନ୍ନ ଏନଏସି, ମ୍ୟୁନିସିପାଲଟି, ନିଗମ ଅଞ୍ଚଳରେ ବିଜେଡି ଆଗରେ ଥିବା ବେଳେ ଯାଜପୁର ଓ ବୌଦ୍ଧରେ ଏନ୍ଏସି ଅଧ୍ୟକ୍ଷ ପଦ ହାତେଇ ନେଇଛି ବିଜେଡି।ଯାଜପୁରରେ ବିଜେଡିର ରଂଜୁଲତା ହୋତା ବିଜୟୀ ହୋଇଥିବା ବେଳେ ବୌଦ୍ଧରେ ବିଜୟୀ ହୋଇଛନ୍ତି ବିଜେଡିର

ବିଏମ୍‌ସି ଫାଇଟ୍‌, ଟ୍ରେଣ୍ଡରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଆଗୁଆ

ଭୁବନେଶ୍ୱର ମହାନଗର ନିଗମ ପାଇଁ ଆରମ୍ଭ ହେଲା ଭୋଟ ଗଣତି । ରାଜ୍ୟବ୍ୟାପୀ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱରରେ ବିଳମ୍ବରେ ଆରମ୍ଭ ହୋଇଛି । ଭୁବନେଶ୍ୱର ମହାନଗର ନିଗମର ଭୋଟ ଗଣତିରେ ବିଜେଡ଼ି ଆଗୁଆ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଭୋଟ ଗଣତି ବିଜେଡି ପ୍ରାର୍ଥୀ

୨୯ରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୯ ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ୩ଦିନିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହି ଗସ୍ତ ସମୟରେ ସେ ଓଡ଼ିଶା ଭବନରେ କେନ୍ଦ୍ର ସରକାରରେ ପଡ଼ି ରହିଥିବା ରାଜ୍ୟ