Odia News Portal

ମଞ୍ଜୁ ରଥ ହେଲେ କଂଗ୍ରେସର ବ୍ରହ୍ମପୁର ମେୟର ପ୍ରାର୍ଥୀ

ପୂର୍ବରୁ ବିଜେଡି ଓ ବିଜେପି ତାର ମେୟର ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ, ଆଜି କଂଗ୍ରେସ ତାର ବ୍ରହ୍ମପୁର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସାମାଜସେବୀ ତଥା ଉଚ୍ଚଶିକ୍ଷିତା ମଞ୍ଜୁ ରଥଙ୍କୁ ଦଳ ମେୟର ପ୍ରାର୍ଥୀ ଘୋଷଣା କରିଛି। ଆଜି ନାମାଙ୍କନର ଶେଷ ଦିନରେ ସେ ପ୍ରାର୍ଥୀପତ୍ର

ବିଜେପି ତରଫରୁ ମେୟର ପ୍ରାର୍ଥୀ ହେଲେ ଶ୍ରୀତମ ଦାସ

କଟକ ମହାନଗର ନିଗମ ମେୟର ପ୍ରାର୍ଥୀ ଶ୍ରୀତମ ଦାସ। ଅଭିନେତା ଶ୍ରୀତମ ଦାସଙ୍କ ନାଁରେ ମୋହର ମାରିଛି ବିଜେପି। ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ ଭାବେ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଜଣାଯାଇଛି। ଶ୍ରୀତମ ଦାସ

ଗୋଟିଏ ପରିବାରକୁ ଗୁଳିମାଡ଼, ୩ଜଣ ଗୁରୁତର

ମହାକାଳପଡ଼ାରେ ଫୁଟିଲା ଗୁଳି । ବବକରପୁର ଗାଁରେ ଗୋଟିଏ ପରିବାର ଉପରକୁ ହୋଇଛି ଆକ୍ରମଣ । ମିଳିଥିବା ସୂଚନା ମୁତାବକ ଏହି ଗୁଳିକାଣ୍ଡରେ ଗୋଟିଏ ପରିବାରର ୩ଜଣ ଗୁରୁତର । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କର ଅବସ୍ଥା ସଂକଟାପର୍ଣ୍ଣ ଥିବା ସୂଚନା ମିଳିଛି ।

ୟୁକ୍ରେନ ଉପରେ ଆକ୍ରମଣକୁ ରୁଷରେ ହେଉଛି ପ୍ରବଳ ବିରୋଧ

ରୁଷର ଆକ୍ରମଣକୁ ୟୁକ୍ରେନ ତରଫରୁ କଡ଼ା ଜବାବ୍ ମିଳୁଛି ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହା ଜାଣିଛନ୍ତି। ମିଳିତ ଜାତିସଂଘର ସାଧାରଣ ସଭାରେ ରୁଷର ରାଷ୍ଟ୍ରପତିଙ୍କ ଏହି ପଦକ୍ଷେପକୁ ମଧ୍ୟ ତୀବ୍ର ବିରୋଧ କରାଯାଇଥିଲା । କିନ୍ତୁ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ନିଜ ଦେଶରେ ବିରୋଧର

ଭୁବନେଶ୍ୱର ପାଇଁ ସୁନୀତି ମୁଣ୍ଡ୍ ବିଜେପିର ମେୟର ପ୍ରାର୍ଥୀ

ବିଜେପି ଘୋଷଣା କଲା ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ । ଡକ୍ଟର ସୁନୀତି ମୁଣ୍ଡ୍ ଙ୍କୁ ବିଜେପି ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ଡକ୍ଚର

୧୦୦ ତମ ଟେଷ୍ଟରେ ବିରାଟ କୋହଲିଙ୍କୁ ଟିମ୍ ଇଣ୍ଡିଆର ଗାର୍ଡ ଅଫ୍ ଅନର୍

ବିରାଟ କୋହଲି ପାଇଁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ସ୍ୱତନ୍ତ୍ର। ଏହା ହେଉଛି ପୂର୍ବତନ ଭାରତୀୟ ଅଧିନାୟକଙ୍କ ୧୦୦ ତମ ଟେଷ୍ଟ ମ୍ୟାଚ୍। ଖେଳର ଦ୍ୱିତୀୟ ଦିନରେ ତଥା ଶନିବାର ଦିନ ଯେତେବେଳେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଥିଲା, ସାଥୀ ଖେଳାଳି ଏହି ଷ୍ଟାର ବ୍ୟାଟ୍ସମ୍ୟାନଙ୍କୁ ଗାର୍ଡ ଅଫ୍

ରୁଷ୍ ଆକ୍ରମଣରେ ୨ ଶିଶୁ ସମେତ ୭ ମୃତ

ୟୁକ୍ରେନ୍‌ର ଗ୍ରାମାଞ୍ଚଳରେ ରୁଷ୍ ସେନା ଆକ୍ରମଣରେ ୨ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ୟୁକ୍ରେନ୍ ପୁଲିସ ପକ୍ଷରୁ ଦାବି କରାଯାଇଛି । ଅନ୍ୟପକ୍ଷରେ ୟୁକ୍ରେନ୍‌ର କୌଣସି ଜନବସତି ଅଞ୍ଚଳରେ ସେନା ପକ୍ଷରୁ କୌଣସି ଆକ୍ରମଣ ହେଉନାହିଁ ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍

ବିଜୁ ଜୟନ୍ତୀ ଅବସରରେ ଜୀବନବିନ୍ଦୁ ରକ୍ତଦାନ ଶିବିର

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ପୋର୍ଟସ କ୍ଲବ ଠାରେ ଆଜି ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ଅବସରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଉଦଘାଟିତ ହୋଇଯାଇଛି । ମାନ୍ୟବର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଜିଲ୍ଲା ସଂଯୋଜକ ରଞ୍ଜିତ ରଥ ଓ

ସୁମିରେ ଫଶିଛନ୍ତି ଆହୁରି ୭୦୦ ଭାରତୀୟ

ଦଶ ଦିନରେ ପହଁଞ୍ଚିଛି ଯୁଦ୍ଧ । ଖାରକିଭରୁ ବାହାରି ସୁମିରେ ଥିବା ଭାରତୀୟ ଛାତ୍ରଙ୍କ ପାଇଁ ବଢିଛି ବିପଦ । ସୁମିରେ ୭୦୦ରୁ ଅଧିକ ଭାରତୀୟ ଛାତ୍ର ଫସିକି ରହିଛନ୍ତି । ଏଠାରେ ଖାଦ୍ୟ ପାଉନାହାଁନ୍ତି ଛାତ୍ର । ସୁରକ୍ଷିତ ଉଦ୍ଧାର ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଅନେକ ଛାତ୍ର । ଆଜି

ଦଶମ ଦିନରେ ସାମୟିକ ଅସ୍ତ୍ରବିରତି

ୟୁକ୍ରେନ-ରୁଷ ଯୁଦ୍ଧ ଭିତରେ ବଡ ଖବର । ରୁଷିଆର ସାମୟିକ ଅସ୍ତ୍ରବିରତି ଘୋଷଣା କରାଯାଇଛି । ଏହି ଅସ୍ତ୍ରବିରତି ସମୟରେ ଖାରକିଭ୍ ଓ ଅନ୍ୟ ଏକ ସହରରେ ସାମୟିକ ଭାବେ ଅସ୍ତ୍ରବିରତି ଯୋଗୁଁ ସେଠାରେ ଫସିଥିବା ଛାତ୍ରଛାତ୍ରୀ ଏବଂ ଗର୍ଭବତୀ ମାନଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ