Odia News Portal

ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା: ମହାସ୍ନାନ କଲେ ଶ୍ରୀଜିଉ, ନୀତି ସାମାନ୍ୟ ବିଳମ୍ବ

ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା। ଭିତରକାଠ ନିକଟରେ ରକ୍ତଛିଟା ଦେଖିବା ପରେ ଶ୍ରୀଜିଉଙ୍କର ମହାସ୍ନାନ ହୋଇଛି। ଯାହାଦ୍ବାରା ନୀତିରେ ସାମାନ୍ୟ ବିଳମ୍ବ ହୋଇଛି। ମହାସ୍ନାନ ନୀତି ସମ୍ପୂର୍ଣ୍ଣ ହେବା ପରେ ପୁଣି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯିବାକୁ ଅନୁମତି ପ୍ରଦାନ କରାଯାଇଛି  ।

ସୂଚନା ମୁତାବକ, ଅବକାଶ ପୂଜା ପରେ ଭିତରକାଠ ନିକଟରେ ଏହି ରକ୍ତଛିଟା ଦେଖିବାକୁ ମିଳିଥିଲା। ଫଳରେ ପାଖାପାଖିଏକ ଘଣ୍ଟାରୁ ଅଧିକ  ସମୟ ଧରି ଶ୍ରୀଜିଉଙ୍କ ନୀତିରେ ବିଳମ୍ବ ହୋଇଥିଲା। ସାଧାରଣ ଦର୍ଶନ ମଧ୍ଯ ବନ୍ଦ ରଖାଯାଇଥିବାରୁ ପ୍ରବଳ ଖରାରେ ବଡ଼ଦାଣ୍ଡରେ ଭକ୍ତମାନେ ଛିଡା ହୋଇରହିଥିଲେ। ତେବେ ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିବାରୁ , ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।