Odia News Portal

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ । ଛତିଶଗଡ ରାୟଗଡା ସେସନ୍ସ କୋର୍ଟ ଦେଲେ ଦଣ୍ଡାଦେଶ । କଳ୍ପନା ଦାସ ଓ ତାଙ୍କ ଝିଅ ବବଲିକୁ ହତ୍ୟା ମାମଲାରେ ଅନୁପଙ୍କୁ ଆଜୀବନ କାରାଦଣ୍ଡ ମିଳିଛି । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ପତି ପରିତ୍ୟକ୍ତା କଳ୍ପନା ଓ ତାଙ୍କ ଝିଅକୁ…

୧୨ ଦିନରେ ୧୦ ଥର ବଢ଼ିଲା ତୈଳ ଦର

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର । ୧୨ ଦିନରେ ୧୦ ଥର ବଢ଼ିଛି ତୈଳ ଦର । ଦିଲ୍ଲୀରେ ୮୦ ଓ ମୁମ୍ବାଇରେ ୮୫ ପଇସା ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ମୁମ୍ବାଇରେ ପେଟ୍ରୋଲ ୧୧୭.୫୭ ଓ ଡିଜେଲ୍ ୧୦୧.୭୯ ଟଙ୍କା ରହିଥିବା ବେଳେ ଦିଲ୍ଲୀରେ ପେଟ୍ରୋଲ ୧୦୨.୬୧ ଓ ଡିଜେଲ୍ ୯୩.୮୭ ଟଙ୍କା ରହିଛି…

ଭିଜିଲାନ୍ସ ଜାଲରେ କୋଅପରେଟିଭ ସୋସାଇଟି ଇନ୍ସପେକ୍ଟର

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସର୍ଗିପାଲୀର କୋଅପରେଟିଭ ସୋସାଇଟି ଓ ନିୟନ୍ତ୍ରିତ ବଜାର କମିଟି ଇନ୍ସପେକ୍ଟର ଏବଂ ସଂପାଦକ ବନମାଳୀ ନାଏକଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ସୁନ୍ଦରଗଡ଼ ତଳସଙ୍କରା ମ ଉଜାରେ ଥିବା ଦୁଇଟି ତିନି ମହଲା କୋଠା, ଦୁଇ ମହଲା କୋଠା, କୁକୁର…

ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଘୋଷଣା

ଉତ୍କଟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି । ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ଦେଶବ୍ୟାପୀ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି । ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ଦେଶର ନିରାପତ୍ତା ତଥା ଅତ୍ୟାବଶ୍ୟକ ସେବା ଯୋଗାଣରେ ଶୃଙ୍ଖଳା…

ମାନସ ସ୍ୱାଇଁ ହତ୍ୟାକାଣ୍ଡ: ଅପରାଧ ମାନିଲେ ଶର୍ମିଷ୍ଠା, ଆଜି ସରିବ ରିମାଣ୍ଡ୍‌

ଶୁକ୍ରବାର କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡର କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିଥିଲା କ୍ରାଇମ୍‌ବ୍ରାଞ୍ଚ୍‌ । ଶର୍ମିଷ୍ଠାଙ୍କୁ ନେଇ ପ୍ରଥମେ ଭଦ୍ରକ ଜିଲ୍ଳା ଚାନ୍ଦବାଲି ତା’ପରେ ଭୁବନେଶ୍ୱର ଦୟାଲ ଆଶ୍ରମ ଓ ଶେଷରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳାସ୍ଥିତ…

ଆଜିଠୁ ସୋଆ ଏସ୍‌ଏଚ୍‌ଏମ୍‌ରେ ‘ପଖାଳ ଉତ୍ସବ’

ବିଶାଳକାୟ କୋଠା ଘର, ବାହାର ଦେଖିଲେ ସହରର ଛାପ ପୂରା ବାରି ହୋଇପଡୁଥିବ । ହେଲେ ଭିତରକୁ ପଶିବା କ୍ଷଣି ଆଖିରେ ପଡ଼ିବ ନୁଆଣିଆଁ ଚାଳଘର, ତୁଳସୀ ଚଉରା, ଗାଁ ପୋଖରୀ ସାଙ୍ଗକୁ ଚାଳ ଘରେ ଢିଙ୍କି, କୁଲା ଓ ପାଚିଆ । ଏମିତି ଗାଁ ପରିବେଶରେ ସହରୀ ଲୋକଙ୍କୁ ପଖାଳ ପରସିବାକୁ ଯୋଜନା କରିଛି ଶିକ୍ଷା…

ବିଜେପି ଛାଡିଲେ ଜୟରାମ ପାଙ୍ଗି

ବିଜେପିରୁ ଇସ୍ତଫା ଦେଇଛନ୍ତି କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । କୋଟିଆରେ ଅନୁଷ୍ଠିତ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ସେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ନେଇ ଘୋଷଣା କରିଛନ୍ତି । ସେ ବିଜେପି ଛାଡିବା ପରେ ଅନ୍ୟ କୌଣସି ଦଳରେ ମିଶିବା ନେଇ କୌଣସି…

ସେହବାଜ ସରିଫ୍‌ ହେବେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ପାକିସ୍ତାନରେ ରାଜନୈତିକ ସଙ୍କଟ ଚରମ ସୀମାରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆସନ ଯିବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଲାଣି । ଏହାରି ମଧ୍ୟରେ ପାକିସ୍ତାନର ସମ୍ଭାବ୍ୟ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଇମ୍ରାନ ଖାନଙ୍କ ଚୌକି ଗଲେ ପିଏମ୍‌ ସିଟ୍‌ ରେ…

ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ଅନୁଗୁଳରେ ଚାଲିଲା ରାହାଗିରି

ଆଜି ଅନୁଗୁଳ ଜିଲ୍ଲା ପାଳୁଛି ଜିଲ୍ଲା ପ୍ରତିଷ୍ଠା ଦିବସ। ଏହି ଅବସରରେ ଜିଲ୍ଲାରେ ଆୟୋଜିତ ହୋଇଥିଲା ରାହାଗିରି ବା ପଥ ଉତ୍ସବ । ଅନୁଗୁଳରେ ଆରମ୍ଭ ହୋଇଛି ରାହାଗିରି। ରାସ୍ତା ଉପରେ ନାଚ, ଗୀତ, ଖେଳର ଆସର ଜମିଥିଲା। ଆଉ ଚାଲିଥିଲା ମନୋରଞ୍ଜନ। ଝୁମିଲେ ଅନୁଗୁଳ ବାସିନ୍ଦା। ଉତ୍କଳ ଦିବସ ଓ…

ଉତ୍କଳ ଦିବସରେ ଓଡିଶାବାସୀଙ୍କ ପାଇଁ ନବୀନଙ୍କ ଭେଟି

ଉତ୍କଳ ଦିବସରେ ଓଡିଶାବାସୀଙ୍କ ପାଇଁ ନବୀନଙ୍କ ଭେଟି । ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ମାସ ମିଳିବ ମାଗଣା ଚାଉଳ । ଆଉ ୬ ମାସ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଳିବ ଅତିରିକ୍ତ ୫ କେଜି ଚାଉଳ । ହିତାଧିକାରୀଙ୍କୁ ପ୍ରତିମାସ ଅତିରିକ୍ତ ୫ କେଜି…