Odia News Portal

ମୁଖ୍ୟମନ୍ତ୍ରୀ ନବୀନଙ୍କ ନୂଆ ଲୁକ୍

କଳିଙ୍ଗ ଷ୍ଟାଡିୟମରେ ନବୀନ ଜଲୱା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ପୋଟି ଲୁକ । ଟ୍ରାକ ପ୍ୟାଣ୍ଟ ଏବଂ ଟି-ସାର୍ଟ ପରିଧାନ କରି ଏଣ୍ଟ୍ରି କଲେ ନବୀନ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଓମେନ୍ ଫୁଟବଲ ଲିଗ ଦେଖିଛନ୍ତି । ଷ୍ଟାଡିୟମରେ ବସି ଫୁଟବଲ ଖେଳକୁ ଅନୁଭବ କରିଛନ୍ତି ।

ବୋମା ମାଡରେ ରୁଷର ସୀମା ଉଡାଇଲା ୟୁକ୍ରେନ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଆରମ୍ଭ ହୋଇଗଲା । କିନ୍ତୁ ରୁଷ ଦାବି କରିଛି ଯେ, ୟୁକ୍ରେନ ବୋମାମାଡ କରି ତାର ସୀମା ପୋଷ୍ଟକୁ ଉଡାଇ ଦେଇଛି। ଏହା ପୂର୍ବରୁ ୟୁକ୍ରେନ ମଧ୍ୟ ଅନେକ ଥର ଦାବି କରି ସାରିଛି , ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀ ଆମ ଦେଶର ଜନତାଙ୍କ ଉପରେ ଆକ୍ରମଣ କରି

ଜୁଲାଇ ୧ ରୁ ବନ୍ଦ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଓ ଥର୍ମୋକୁଲ

ବନ୍ଦ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଓ ଥର୍ମୋକୁଲ। ରାଜ୍ୟର ସମସ୍ତ ସହରାଞ୍ଚଳରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଏହାକୁ ଲାଗୁ କରାଯିବ। ସିଙ୍ଗଲ ୟୁଜ ପ୍ଲାଷ୍ଟିକର ପ୍ରସ୍ତୁତି,

ଲାଲୁ ଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ

ପୁଣି ଜେଲ୍ ଯିବେ ଲାଲୁ ଯାଦବ । ଡୋରଣ୍ଡା କୋଷାଗାର ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ୫ ବର୍ଷ ଜେଲ୍ ସହ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ସ୍ୱତନ୍ତ୍ର ସିବିଆଇ କୋର୍ଟ ସବୁଠାରୁ ବଡ଼ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଏହି ରାୟ

ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪ ପ୍ରତିଶତ ମତଦାନ,ଗଞ୍ଜାମରେ ସର୍ବନିମ୍ନ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୭୮.୬ % ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪

ଓଡିଶାରେ ASI DG ଭି.ବିଦ୍ୟାବତୀ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ASI DG ଭି.ବିଦ୍ୟାବତୀ। ଆଜି ସେ ପ୍ରଥମେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟରପ୍ଲାନର ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି । ଏଏସଆଇ ଡିଜିଙ୍କ ସହିତ

ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

ଅତିରିକ୍ତ ଏଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । କୋଟି କୋଟି ଟଙ୍କାର ଆୟ ବର୍ହିଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ନିକଟରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ତ୍ରିନାଥ । ଏପର୍ଯ୍ୟନ୍ତ ରାଜ୍ୟ ସରକାର 152 ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ

ରଙ୍ଗିଲା ଡାକ୍ତରଙ୍କ ନାଁ ରେ ବଢୁଛି ଅଭିଯୋଗ

ରଙ୍ଗିଲା ଡାକ୍ତର ରମେଶ ସ୍ୱାଇଁ ଙ୍କ ବିରୋଧରେ ରାଜ୍ୟ ବାହାରେ ପୁଣି ଆଉ ଏକ ଠକେଇ ନେଇ ଆସିଲା ଅଭିଯୋଗ । ପଶ୍ଟିମବଙ୍ଗର ଜଣେ ବ୍ୟବସାୟୀଙ୍କ ଠାରୁ ଋଏଏ ହାଚିଙ୍ଗ ମେସିନ୍ ଆଣି ଠକିଥିବା ଅଭିଯୋଗ ହୋଇଛି । କୋଲକତାର ଜଣେ ଶିଳ୍ପପତି ଏଭଳି ଠକେଇ ଅଭିଯୋଗ ଆଣିଛନ୍ତି । ନିଜକୁ କେନ୍ଦ୍ର ସରକାରଙ୍କ

ବିନା ସାର୍ଟିଫିକେଟରେ ଜଗା ଦର୍ଶନ

ଆଜିଠାରୁ ବିନା କୋଭିଡ ଟିକା ଓ କୋଭିଡ ପ୍ରମାଣପତ୍ରରେ ଚାଲିଛି ଜଗା ଦର୍ଶନ । ଲାଗୁ ହୋଇଥିବା ନୂଆ ଝଙଚ କାର୍ୟ୍ୟକାରୀ ହୋଇଛି । କୋଭିଡ଼ ନିୟମ ମାନି ମାସ୍କ ପରିଧାନ ଓ ସାନିଟାଇଜ ହୋଇ ଦର୍ଶନ ପାଇଁ ଭକ୍ତ ମନ୍ଦିର ପ୍ରବେଶ କରୁଛନ୍ତି। ପୂର୍ବଭଳି କିନ୍ତୁ ସକାଳ ୬ ଟାରୁ ରାତି ୯ଟା ପର୍ୟ୍ୟନ୍ତ

ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

ବରଗଡ: ବିଦ୍ୟୁତ ସଂସ୍ପର୍ଶରେ ଆସି ପୁଣି ଏକ ମାଈ ହାତୀର ମୃତ୍ୟୁ । ଅମ୍ବାଭୋନା ବ୍ଲକ ଲଖନପୁର ନିକଟସ୍ଥ ଅଲେଖପୁର ଗ୍ରାମରେ ଏକ ବିଲରେ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ଅଲେଖପୁର ଗ୍ରାମର ଏକ ବିଲରେ