Odia News Portal

ଓଡିଶାରେ ଗତ ୨୪ ଘଂଟାରେ ୩ ହଜାର ୮୬ ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ଗତ ୨୪ ଘଣ୍ଟାରେ ୩ ହଜାର ୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୫.୨୦ ପ୍ରତିଶତ । ଆଜି ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୬୫୨ ସଂକ୍ରମିତ ହୋଇଛନ୍ତି। କଟକରୁ ୩୨୫ ଓ ସୁନ୍ଦରଗଡରୁ ୨୧୬ ନୂଆ କେସ୍ ଆସିଛି । ୨୪ ଘଣ୍ଟାରେ ୫୯

ଆଜି ବଜେଟ ଅଧିବେଶନ ଆରମ୍ଭ

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳ ୧୧ଟା ବେଳେ ପେପରଲେସ୍ ବଜେଟ୍ ଉପସ୍ଥାପନ କରିବେ। ସକାଳ ୮.୧୫ରେ ନିର୍ମଳା ସୀତାରମଣ ନିଜ ବାସଭବନରୁ ବାହାରି ସାରିଛନ୍ତି। ଏହା ପରେ ୯ଟାରେ ସେ ବ୍ରିଫ୍ କେସ୍ ସହ ନର୍ଥ ବ୍ଲକ୍ରୁ ରାଷ୍ଟ୍ରପତି ଭବନ ପାଇଁ ଗସ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ

ଓଡିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତି

ଓଡ଼ିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତି । ହାଇକୋର୍ଟର ୪ ଜଣ ଆଇନଜୀବୀଙ୍କ ନାମକୁ ସୁପାରିସ କଲେ ସୁପ୍ରମିକୋର୍ଟଙ୍କ କଲେଜିୟମ । ଗତ ୨୯ ତାରିଖ କଲେଜିୟମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ହାଇକୋର୍ଟ ବିଚାରପତି ହେବେ ଆଇନଜୀବୀ ଭି ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ

ପ୍ରଚାର କଟକଣାରେ ସାମାନ୍ୟ କୋହଳ

ନୂଆଦିଲ୍ଲୀ:ନିର୍ବାଚନ ପ୍ରଚାର ସମ୍ପର୍କିତ କରୋନା କଟକଣା ଅବଧିକୁ ବଢ଼ାଇଲେ ନିର୍ବାଚନ କମିଶନ । ପଦଯାତ୍ରା, ରୋଡ ସୋ’ ନେଇ ଜାରି କଟକଣାକୁ ଫେବ୍ରୁଆରୀ ୧୧କୁ ବୃଦ୍ଧି କରାଯାଇଛି । ତେବେ ମିଟିଂ ନେଇ ଲାଗୁ ହୋଇଥିବା କଟକଣାରେ କିଛି କୋହଳ କରିଛନ୍ତି ନିର୍ବାଚନ କମିଶନ । ସର୍ବାଧିକ ୧୦୦୦

ନୀଳାଚଳ ଇସ୍ପାତକୁ କିଣିବ ଟାଟା ଷ୍ଟିଲ୍

ଯାଜପୁରରେ ନୀଳାଚଳ ଇସ୍ପାତ କୁ କିଣିବ ଟାଟା । ୧୨ହଜାର ଶହେ କୋଟି ଟଙ୍କାର ସର୍ବାଧିକ ବିଡିଂ ଡାକିଥିଲା ଟାଟା ଷ୍ଟିଲ୍ । ନୀଳାଚଳ ଇସ୍ପାତ ନିଗମ ଲିମିଟେଡକୁ କିଣିବା ପାଇଁ ଟାଟାର ବିଡିଂକୁ ଗ୍ରହଣ କରିଛି କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି । ଯାଜପୁର ଜିଲ୍ଲା

ଆସିଲା ଫେବୃଆରୀ ମାସର ଗାଇଡ ଲାଇନ

କୋଭିଡ ମୁକାବିଲାରେ ଆସିଲା ଫେବ୍ରୁଆରୀ ଗାଇଡଲାଇନ୍ । ସଂକ୍ରମଣ କମୁଛି । କଟକଣା ସାମାନ୍ୟ କୋହଳ କଲେ ସରକାର । କମିଲା ନାଇଟ୍ କର୍ଫ୍ୟୁ ଅବଧି । ଏଣିକି ସବୁ ସହରାଞ୍ଚଳରେ ରାତି ୧୦ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗିବ । ପୂର୍ବରୁ ରାତି ୯ଟାରୁ ସକାଳ ୫ଟା ଯାଏ ଥିଲା ରାତ୍ରିକାଳୀନ କଟକଣା ଥିଲା

କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୟଙ୍କର ଅଗ୍ନିକାଣ୍ଡ । ମୁଖ୍ୟ ଚିକିତ୍ସାଳୟର ସିଟି ସ୍କାନ ଓ ଡାୟଲିସିସ୍ ସେଣ୍ଟରରେ ଏସିରେ ଲାଗିଲା ନିଆଁ । ସିଟି ସ୍କାନ ଓ ଡାୟଲିସିସ ସେଣ୍ଟରରେ ଚିକିତ୍ସାଧିନ ୧୧ ଜଣ ରୋଗୀ ଏବେ ସୁରକ୍ଷିତ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ

ଜୁଏଲଙ୍କୁ ସପୋର୍ଟ କରି ହଟହଟା ହେଲେ ବିଜେପି ମହିଳା

ଜୁଏଲଙ୍କୁ ସପୋର୍ଟ କରି ହଟହଟା ହେଲେ ବିଜେପି ମହିଳା ମୋର୍ଚ୍ଚା । ଯୁବତୀଙ୍କୁ ଖରାପ ବ୍ୟବହାର କରିବା ଅଭିଯୋଗରେ ଫସିଛନ୍ତି ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମ । ଆଉ ଜୁଏଲଙ୍କ ସପକ୍ଷରେ ରାଉରକେଲାରେ ସାମ୍ବାଦିକ ସମ୍ମିଳନୀ କରି ହଟହଟା ହୋଇଛନ୍ତି ବିଜେପି ନାରୀନେତ୍ରୀ । ପୂର୍ବତନ

ପ୍ରେମିକା ପାଇଁ ଜୀବନ ଦେଲା ପ୍ରେମିକ

ପ୍ରେମିକା ପାଇଁ ଜୀବନ ଦେଲା ପ୍ରେମିକ। ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଘର ଭିତରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ। ଯୁବକଙ୍କୁ ନିଜ ଶୋଇବା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ୍। ମୃତ ଯୁବକ ଜଣକ ହେଉଛନ୍ତି ସୌମ୍ୟ ରଞ୍ଜନ ପାଣିଗ୍ରାହୀ। ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ଜବତ

ବାରଣ ସତ୍ତ୍ୱେ ମାଛ ଧରି ଫସିଲେ ୩୦ ଟ୍ରଲର କର୍ମଚାରୀ

ବାରଣ ସତ୍ତେ୍ୱ ମାଛ ଧରି ଫସିଲେ ୩୦ ଟ୍ରଲର କର୍ମଚାରୀ । ପୁରୀ ଅସ୍ତରଙ୍ଗ ସମୁଦ୍ରର ନିଷିଦ୍ଧାଞ୍ଚଳରେ ୪ ଟି ଟ୍ରଲର ଜବତ, ୩୦ କର୍ମଚାରୀ ଅଟକ । ବେଆଇନ୍ ଭାବେ ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ବେଳେ ଟ୍ରଲର ଜବତ କରାଯାଇଛି । ପାରାଦୀପ ଅଞ୍ଚଳର ୩ଟି ଓ ବାଲେଶ୍ୱର ଅଞ୍ଚଳର ଗୋଟିଏ ଟ୍ରଲର ଜବତ