Odia News Portal

ବାଲୁକା କଳାରେ ଶୁଭେଚ୍ଛା

ପୁରୀ: ଟୋକିଓ ଅଲିମ୍ପିକ୍ସରେ ପହଞ୍ଚିଛି ମହିଳା ହକି ଦଳ । ଯାହାକୁ ନେଇ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ସେମି ଫାଇନାଲ ମୁକାବିଲାରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ଭେଟିବ ଟିମ୍ ଇଣ୍ଡିଆ। ମ୍ୟାଚ୍ରେ ଦଳର ସଫଳତା କାମନା କରି ପୁରୀ ବେଳାଭୂମିରେ ବଲୁକାକଳାରେ ଶୁଭେଛା ଜଣାଇଛନ୍ତି

ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବା ପାଇଁ ଅନଲାଇନ ବ୍ୟବସ୍ଥାର ଶୁଭାରମ୍ଭ

ରାଉରକେଲ: ରାଉରକେଲା ପୌର ସଂସ୍ଥାରୁ ଲିଜ୍ ପାଇଥିବା ଜମିର ମାଲିକାନା ସ୍ୱତ୍ତ୍ୱ ନିଜ ନାମରେ ପରିବର୍ତ୍ତନ କରିବା ବା ଲିଜ୍ ହୋଲ୍ଡରୁ ଫ୍ରି ହୋଲ୍ଡ କରିବା ପାଇଁ ରାଉରକେଲା ମହାନଗର ନିଗମ ବାସିନ୍ଦାଙ୍କୁ ଏଣିକି ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ। ସେମାନେ ଅନଲାଇନ ମାଧ୍ୟମରେ

ରାଜ୍ୟରେ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ କରୋନାର ପ୍ରକୋପ ଧୀରେଧୀର କମୁଥିବାରୁ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଉଛନ୍ତି । ଜଣାପଡ଼ିଛି ଯେ, ପୂର୍ବରୁ ବନ୍ଦ ରହିଥିବା ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଆସନ୍ତା ୯ ତାରିଖରୁ ଖୋଲାଯିବ । ତେବେ କୋଭିଡ୍ ଗାଇଡଲାଇନ୍ ସହ ଏହା କେବଳ ଶେଷ

ଲଭଲିନାଙ୍କୁ ବ୍ରୋଞ୍ଜ

ଟୋକିଓ : ସେମିରେ ହାରିଲେ ମହିଳା ବକ୍ସର ଲଭଲିନା । ୬୯ କେଜି ବର୍ଗ ସେମିରେ ତୁର୍କୀ ପ୍ରତିଦ୍ୱନ୍ଦୀଙ୍କ ଠାରୁ ହାରିଲେ । ବ୍ରୋଞ୍ଜ ପଦକରେ ସୀମିତ ରହିଲା ଲଭଲିନାଙ୍କ ସଫଳତା । ବକ୍ସିଂ ସେମିଫାଇନାଲ୍ ରେ ହାରିଯାଇଛନ୍ତି ଲଭଲୀନା । ତୁର୍କି ପ୍ରତିଦ୍ୱନ୍ଦୀ ବୁସେନାଜ୍ ସୁରମେନେଲୀଙ୍କ ସହ

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

ନଟିଂହାମ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆଜିଠାରୁ ଠାରୁ ଆରମ୍ଭ ହେଉଛି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ହାରିବା ପରେ ଚାପରେ ଥିବା ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏହି ସିରିଜ୍ ତାଙ୍କ ନେତୃତ୍ୱ ଦକ୍ଷତାର ଆଉ ଏକ କଡ଼ା ପରୀକ୍ଷା ହେବ ।

ଦେଶରେ ୪୨, ୬୨୫ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣରେ ପୁନଃ ବୃଦ୍ଧିଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୨,୬୨୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକ ମଧ୍ୟରେ ୩୬,୬୬୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୩୭% ରହିଛି। ଏପର‌୍ୟ୍ୟନ୍ତ ଦେଶରେ ମୋଟ ୩,୦୯,୩୩,୦୨୨ ଜଣ

ବଲାଙ୍ଗୀର ଗସ୍ତରେ ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବ

ବଲାଙ୍ଗୀର: ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5Tସଚିବ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସମେତ ଏକ ଉଚ୍ଚସ୍ତରୀୟ ସଚିବ ସ୍ତରୀୟ ଟିମ୍ ବଲାଙ୍ଗୀର ଗସ୍ତ କରିଛି । ଗସ୍ତ ସମୟରେ 5T ସଚିବଙ୍କ ଉଚ୍ଚସ୍ତରୀୟ ଟିମ୍ ବଲାଙ୍ଗୀର

ନଜର ପକାନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନା ଅପଡେଟ୍‌

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୬୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୩ ଜଣ ଆକ୍ରାନ୍ତ ଥିବା

କମୁନି କରୋନା କାୟା, ଆଜି ୬୬ ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୮ ଜଣ ପ୍ରାଣ ହରାଇଛନ୍ତି। ସେହିଭଳି ଦିନକ ମଧ୍ୟରେ କଟକରୁ ୧୦, ପୁରୀ ୯, ମୟୁରଭଞ୍ଜ ୬ ଏବଂ ଅନୁଗୁଳ ଜିଲାରେ ୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଯାଜପୁର ଓ

ଟୀକାକରଣ ହୋଇଥିବା ସମସ୍ତ କର୍ମଚାରୀଙ୍କୁ ନେଇ ଖୋଲିବ ସରକାରୀ ଅଫିସ

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ସବ୍-ଅର୍ଡିନେଟ୍ ଅଫିସ୍ କର୍ମଚାରୀ ୨ ଅଗଷ୍ଟ ୨୦୨୧ ରୁ ସମ୍ପୂର୍ଣ୍ଣ ଶକ୍ତି ସହିତ କାର୍ଯ୍ୟ କରିବ। ଯେହେତୁ ଅଧିକାଂଶ କର୍ମଚାରୀ ବର୍ତ୍ତମାନ ସଂପୂର୍ଣ୍ଣ ଟୀକାକରଣ କରିଛନ୍ତି ସେମାନେ ନିୟମିତ ଭାବରେ ଅଫିସରେ ଯୋଗଦେବାକୁ ବାଧ୍ୟତାମୂଳକ ବୋଲି ସରକାରଙ୍କ