Odia News Portal

ପରଲୋକରେ ଓଡ଼ିଆ ଆଇଏସ ଡ. ଗୁରୁପ୍ରସାଦ ମହାପାତ୍ର

ଭୁବନେଶ୍ୱର: କରୋନାର ଚାଲିଗଲା ଓଡ଼ିଆ ଆଇଏଏସ ଅଫିସର ଡ. ଗୁରୁପ୍ରସାଦ ମହାପାତ୍ରଙ୍କ ଜୀବନ । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ DPIITର କେନ୍ଦ୍ର ସଚିବ ଥିଲେ । ଗୁରୁପ୍ରସାଦ ମହାପାତ୍ର ୧୯୮୬ ବ୍ୟାଚ ଗୁଜରାଟ କ୍ୟାଡର ଆଇଏଏସ ଅଫିସର ଥିଲେ ।

ବାହାବେଦୀ ବଦଳରେ ମଶାଣୀ ଗଲା ବର

ଭଦ୍ରକ: ଲଗ୍ନ ସରିଥିଲା । ନିମନ୍ତ୍ରଣ ପତ୍ର ବି ବଂଟା ହୋଇଥିଲା । ଆଜି ବାହା ବେଦୀରେ ବସିଥାନ୍ତା ବର । ଦାଣ୍ଡ ଦୁଆରେ ଯୋଡି ନାଗରା ଆଉ ଶୁଭବିବାହର ଚିତ୍ର ବି ଅଙ୍କା ହୋଇଥିଲା । ହେଲେ ନିମିଶକେ ସବୁ କିଛି ଛାରଖାର କରିଦେଲା କରୋନା । ବାହୁନି କାନ୍ଦୁଛି ମା , ଛାତିର କୋହକୁ ଚାପି ପାରୁନି

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ…

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ମିଟର । ୨ହଜାର ତଳକୁ ରହିଛି କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୬୦ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୧.୬ ହଜାରରୁ ସାମାନ୍ୟ ଅଧିକ ଥିବା ରେକର୍ଡ କରାଯାଇଛି। ଗତକାଲି

ଆଜି ରାହୁଲ ଗାନ୍ଧୀଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନକୁ ଦିଲ୍ଲୀ କଂଗ୍ରେସ ସେବା ଦିବସ ରୂପେ ପାଳନ କରିଛି । ଆଜି ଦିଲ୍ଲୀରେ ଗରୀବ ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରିବ ଦଳ । ମାସ୍କ, ସାନିଟାଇଜର ଓ ମେଡିସିନ କିଟ୍ ମଧ୍ୟ ଲୋକଙ୍କୁ ବଣ୍ଟାଯିବ ।

ତପୁମିଶ୍ରଙ୍କ ଚିକିତ୍ସା ଲାଗି ବିଭିନ୍ନ ମହଲରୁ ମିଳୁଛି ସହଯୋଗ

ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁମିଶ୍ର କରୋନାରେ ଆକ୍ରାନ୍ତ ଅଛନ୍ତି । ତାଙ୍କ ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସହଯୋଗ ଲୋଢ଼ିଛନ୍ତି ପରିବାର । ବିଭିନ୍ନ ମହଲରୁ ମଧ୍ୟ ସହଯୋଗ ମିଳିଥିବା କହିଛନ୍ତି ତାଙ୍କ ପରିବାର । ତପୁ ମିଶ୍ରଙ୍କ ଚିକିତ୍ସା ନିମନ୍ତେ

ମିଲଖାଙ୍କ ପରଲୋକରେ କ୍ରୀଡ଼ା ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ: ଭାରତୀୟ ଦୌଡ଼କୁଦ ଜଗତର କିମ୍ବଦନ୍ତୀ ପୁରୁଷ ମିଲ୍ଖା ସିଂହଙ୍କ ପରଲୋକ ଘଟିଛି, ସେ କରୋନା ପରବର୍ତ୍ତୀ ଜଟିଳତାରେ ପୀଡିତ ଥିଲେ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଗତ ମେ’ ମାସରେ ସେ କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ

ରାଜ୍ୟରେ ୪୨ ମୁଣ୍ଡନେଲା ମହାମାରୀ କରୋନା

ଭୁବନେଶ୍ୱର: ରାଜ୍ୟରେ କମୁନି କରୋନା ଜନିତ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୫୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି

କୋଲକାତାରୁ କଟକ ଅଭିମୁଖେ ଆସୁଛି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମରଶରୀର

ଭୁବନେଶ୍ୱର: କଟକ ଅଭିମୁଖେ ଆସୁଛି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମରଶରୀର । ଗତକାଲି କୋଲକାତାରେ ତାଙ୍କର ଦେହାନ୍ତ ହେବା ପରେ ଆଜି ଶେଷକୃତ୍ୟ ଲାଗି କଟକ ଅଣାଯାଉଛି । ବାଳେଶ୍ୱର ବାସୀ ତାଙ୍କର ଶେଷ ଦର୍ଶନ କରିଛନ୍ତି । ରାଜ୍ୟ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ,

WTC ଲାଗି ପ୍ରକାଶ ପାଇଲା ୧୧ ଜଣିଆଁ ସାମ୍ଭବ୍ୟ ଦଳ

ସାଉଥମ୍ପଟନ୍‌: ଆସନ୍ତାକାଲି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଖେଳାଯିବ । ଏଥିଲାଗି ସାମ୍ଭବ୍ୟ ୧୧ ଜଣିଆଁ ଟିମ ଘୋଷଣା କରିଛି ବିସିସିଆଇ । ତେବେ ଏହି ୧୧ ଜଣିଆଁ ଟିମରେ ରହିଛନ୍ତି ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି , ଆଜିଙ୍କ୍ୟ ରାହାଣେ, ଋଷଭ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଘୋଷଣା, ଚାଷୀଙ୍କ ଲାଗି ବଡ଼ ସହାୟତା

ଭୁବନେଶ୍ୱର: କୋଭିଡ଼ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ଏନ୍.ଆର.ଇ.ଜି.ଏ ଶ୍ରମିକ, ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ