Odia News Portal

ଟୋକିଓ ଅଲିମ୍ପିକ୍ସରେ ଜାପାନକୁ ହରାଇଲା ପୁରୁଷ ହକି ଟିମ୍‌

ଟୋକିଓ: ଆୟୋଜନ ଜାପାନାକୁ ହରାଇଲା ଭାରତ । ପୁରୁଷ ହକି ଟିମ୍ ୫-୩ ଗୋଲରେ ବିଜୟୀ ହୋଇଛି । ଦମଦାର ବିଜୟ ସହ ଭାରତର ପଦକ ଆଶା ବଢ଼ିଛି । ତେବେ ଆଗକୁ ବାକିଥିବା ମ୍ୟାଚ ଗୁଡ଼ିକରେ ଦଳ କିଭଳି ପ୍ରଦର୍ଶନ କରୁଛି ତାଉପରେ ରହିଛି ସମସ୍ତଙ୍କ ନଜର ।

ପ୍ରକାଶ ପାଇଲା ସିବିଏସଇ ରେଜଲ୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଆଜି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରିସାରିଛି । ଅତି ଉତ୍କଣ୍ଠାର ସହ ଛାତ୍ରଛାତ୍ରୀ ଏହାକୁ ଅପେକ୍ଷା କରି ରହିଥିଲେ । ବିଦ୍ୟାର୍ଥୀ ନିଜ ପରୀକ୍ଷା ଫଳ cbseresults.nic.in, cbse.gov.in କୁ ଯାଇ ଚେକ୍ କରିପାରିବେ ।

ଶସକ୍ତ ହେଉଛି ଏସଓଜି

ଭୁବନେଶ୍ୱର: ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବା ଲାଗି ଶସକ୍ତ ହେଉଛି ଏସଓଜି । ବିଭିନ୍ନ ରାଜ୍ୟର ମାଓବାଦୀଙ୍କ ବିରୋଧରେ ଲଢ଼ିବା ଲାଗି ଦିଆଯାଉଛି ସ୍ୱତନ୍ତ୍ର ତାଲିମ । ଓଡ଼ିଶାରେ ମଧ୍ୟ ଦିଆଯାଉଛି ଏହି ତାଲିମ । ଯାହାଦ୍ୱାରା ସେମାନେ ଅଧିକ ଶସକ୍ତ ହେବା ସହ ରାଜ୍ୟ ପୋଲିସକୁ ମଧ୍ୟ ସହାୟକ ହେବେ ।

ସେମିରେ ସିଦ୍ଧୁ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ଲାଗି ଖୁସି ଖବର । ପଦକ ଆଡ଼କୁ ଆଉ ଏକ ପାଦ ଆଗେଇଛନ୍ତି ପି.ଭି. ସିନ୍ଧୁ ।ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପହଞ୍ଚିଛନ୍ତି । କ୍ୱାର୍ଟର ଫାଇନାଲରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ରେ ହରାଇ ଅନ୍ତିମ ୪ରେ ନିଜ ସ୍ଥାନ ପକ୍କା

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କୁ ଜେଲ୍‌ରେ ମିଳୁଛି ସୁବିଧା, ଟଙ୍କା ଆସୁଛି କୁଆଡୁ?

ଭୁବନେଶ୍ୱର : ଚିଟଫଣ୍ଡ ଅଭିଯୁକ୍ତମାନେ ଜେଲରେ ଏବେ ମଉଜ ମଜଲିସ୍ କରୁଛନ୍ତି । ଯେତେବେଳେ ଯାହା ଚାହୁଁଛନ୍ତି ସେତେବେଳେ ତାହା ଉପଲବ୍ଧ ହେଉଛି । କେବଳ ଏଥିପାଇଁ ପଇସା ଦେଇଦେଲେ ହେଲା । ଭୁବନେଶ୍ୱର ସ୍ଥିତ ଝାରପଡା ଜେଲରେ ଏଭଳି କାରବାର ଚାଲିଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଭଳି ମଉଜ

ଅଗଷ୍ଟରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ୱର: ପଶୁପ୍ରେମୀଙ୍କ ଲାଗି ଖୁସି ଖବର । ଅଗଷ୍ଟ ପ୍ରଥମ ସପ୍ତାହରୁ ଖୋଲିବ ନନ୍ଦନକାନନ । ମେ ୧ରୁ ବନ୍ଦ ହୋଇ ରହିଛି ନନ୍ଦନକାନନ । ଦୀର୍ଘ ୩ ମାସ ବନ୍ଦ ହୋଇ ରହିବା ଫଳରେ ବହୁ ରାଜସ୍ୱ କ୍ଷତି ହୋଇଛି । ତେବେ ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବାକୁ ଥିବାବେଳେ ପର୍ଯ୍ୟଟକଙ୍କ ଲାଗି କିଛି

ମେଟ୍ରିକ ପରୀକ୍ଷା ଦେଲେ ସୋରଡ଼ା ବିଧାୟକ

ଗଞ୍ଜାମ: ସୋରଡ଼ା ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଦେଲେ ମେଟ୍ରିକ ପରୀକ୍ଷା । ୪୯ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ବିଜେଡିର ଜଣେ ଆଗ ଧାଡ଼ିର ନେତା । ସେ ସୋରଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଇଥିବା ସୂଚନା ମିଳିଛି । ୩ଥର ବିଧାୟକ ହୋଇଥିଲେ

ଭିଜିଲାନ୍ସ ପଞ୍ଝାରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ

ଭୁବନେଶ୍ୱର: ଆୟ ବହିର୍ଭୃତ ସମ୍ପତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ଘରେ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ହୋଇଛି ଚଢ଼ାଉ । ତାଙ୍କ ସମ୍ପର୍କୀୟଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଠାବ ହୋଇଛି । ଏଯାବତ ମିଳିଥିବା ସୂଚନା ମୁତାବକ ୨ଟି ୨ମହଲା

ପୁରୀରେ ମଦ କୁଡ଼ିଆ ଯୋଜନା ପ୍ରତ୍ୟାହାର

ପୁରୀ: ଗୋଆ ଭଳି ପୁରୀରେ ମଦ କୁଡ଼ିଆ ଯୋଜନା କରାଯିବାକୁ ନିଷ୍ପତି ନିଆଯାଇଥିଲା । ଯାହାକୁ ବିଭିନ୍ନ ସଂଗଠନ ଓ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଥିଲା । ଶ୍ରୀକ୍ଷେତ୍ର ଭଳି ଧାର୍ମିକସ୍ଥଳରେ ଏଭଳି ଯୋଜନା ନିନ୍ଦନୀୟ ବୋଲି ମଧ୍ୟ ବିଭିନ୍ନ ସଂଗଠନ ଦାବି କରିଥିଲେ । ଶେଷରେ ଏହାକୁ ପ୍ରତ୍ୟାର ନେଇ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି। ଏହାଦ୍ବାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା ସହିତ