Odia News Portal

ଗଲ୍ଫରେ ଭାରତକୁ ମିଳିପାରେ ପଦକ

ଟୋକିଓ: ଅଲିମ୍ପିକ୍ସରେ ଭାରତ ପ୍ରଦର୍ଶନ ଧିରେ ଧିରେ ସ୍ୱଚ୍ଛଳ ହେବାରେ ଲାଗିଛି । ତେବେ ଚଳିତ ଅଲିମ୍ପିକ୍ସରେ ଭାରତକୁ ଗଲ୍ଫରେ ପଦକ ମିଳିବାର ଆଶା ରହିଛି । ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ତାଲିକାରେ ଯୋଡ଼ି ହୋଇପାରେ ଆଉ ଏକ ସ୍ୱର୍ଣ୍ଣ ପଦକ । ଗଲ୍ଫ ଷ୍ଟାର ଆଦିତି ଅଶୋକ ତାଙ୍କ ପ୍ରଦର୍ଶନ ସହିତ ପଦକ ଆଶା ରଖିଛନ୍ତି । ମହିଳା ଷ୍ଟ୍ରୋକ ଖେଳର ତୃତୀୟ ରାଉଣ୍ଡ ପରେ ଆଦିତି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସ୍ୱର୍ଣ୍ଣ ପଦକ ଜିତିବା ନେଇ ଆଦିତିଙ୍କ ବହୁତ ସୁଯୋଗ ଅଛି ।
ଖରାପ ପାଗ ଯୋଗୁଁ ଯଦି ଶନିବାର ଚତୁର୍ଥ ତଥା ଅନ୍ତିମ ରାଉଣ୍ଡ ଅନୁଷ୍ଠିତ ନହେବ ତେବେ ଆଦିତି ରୌପ୍ୟ ପଦକ ପାଇବେ । ଏହା ସହିତ ଯଦି ଫାଇନାଲ ରାଉଣ୍ଡ ସମାପ୍ତ ହୁଏ, ତେବେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଏକ ଦୃଢ ପ୍ରତିଯୋଗିତା ହେବ । ଯଦି ଆଦିତି ପଦକ ଜିତନ୍ତି, ତେବେ ଏହା ଭାରତୀୟ ଗଲ୍ଫ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବ ।