Odia News Portal

ବର୍ଜ୍ୟ ସଂଗ୍ରହକାରୀଙ୍କୁ ମିଳିବ ନୂଆ ପରିଚୟ

ଭୁବନେଶ୍ୱର: ଦିନେ ପେଟ ପୋଷିବା ପାଇଁ ଜରି ଗୋଟାଉଥିଲେ । ହେଲେ ଏହା ଏବେ ତାଙ୍କୁ ଦେଇଛି ନୂଆ ପରିଚୟ । ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ମହିଳାମାନେ ଏବେ ସହରାଞ୍ଚଳ ପ୍ରଶାସନ ସହିତ ଯୋଡିହୋଇ ଆତ୍ମନିର୍ଭରଶୀଳ ହେବା ସହିତ ଓଡିଶାକୁ ପୁରସ୍କୃତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।

ଭଦ୍ରକରେ ବିଜୁ ଯୁବ ଓ ଛାତ୍ର ସମାବେଶ

ଭଦ୍ରକ: ଆଜି ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ ଭଦ୍ରକର ଐତିହାସିକ ନେହେରୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଛି |ଏହି ସମ୍ମିଳନୀକୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ତେବେ ଭିନ୍ନ ଭିନ୍ନ ଶୋଭାଯାତ୍ରା ମାଧ୍ୟମରେ

ହସ୍ପିଟାଲରୁ ଡିସଚାର୍ଜ ହେଲେ ଗାଙ୍ଗୁଲି

କୋଲକାତା: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏଞ୍ଜିଓପ୍ଲାଷ୍ଟି ପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ତାଙ୍କୁ ଏକ ସପ୍ତାହ ପାଇଁ ବିଶ୍ରାମ ନେବା ପାଇଁ ଡାକ୍ତରଙ୍କ ତରଫରୁ ପରାମର୍ଶ ଦିଆଯାଇଛି । ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା

୮ଇନ୍‌ସ୍ପେକ୍ଟରଙ୍କୁ ଡିଏସପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ଆଜି କଟକ କମିସନରେଟ ପୋଲିସର ୮ ଜଣ ଇନ୍‌ସ୍ପେକ୍ଟରଙ୍କୁ ଡିଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେମାନେ ହେଉଛନ୍ତି କଟକ କମିସନରେଟ୍ ପୁଲିସର ସ୍ପେଶାଲ ସ୍କ୍ବାଡ ଇନସପେକ୍ଟର ଅଜୟ ଦାସ, କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଇମନ କଲ୍ୟାଣ ନାୟକ, ପୁରୀଘାଟ ଆଇଆଇସି ରଶ୍ମି ରଞ୍ଜନ

‘ମନ କି ବାତ୍’ରେ ତ୍ରିରଙ୍ଗାର ଅପମାନ ପ୍ରସଙ୍ଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ କି ବାତ୍’ | ୭୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକାର ଅପମାନ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୋଦି କହିଛନ୍ତି କି, ଦେଶବାସୀଙ୍କ ମନରେ ଏହି ଘଟଣା ଗଭୀର ଆଘାତ ପହଞ୍ଚାଇଛି । ଏନେଇ ସେ ବହୁତ ମର୍ମାହତ ଏବଂ

ଜାଲିଆତି ମାମଲାରେ ବରିଷ୍ଠ କିରାଣି ନିଲମ୍ବିତ

ମାଲକାନାଗିରି: ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ଚାକିରୀରୁ ନିଲମ୍ବିତ ହେଲେ ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରା । ମାଲକାନାଗିରି କଲ୍ୟାଣ ବିଭାଗରେ କାର୍ଯ୍ୟରତ ଥିଲେ ଲକ୍ଷ୍ମୀପ୍ରିୟା । ଦକ୍ଷୀଣାଂଚଳ ରାଜସ୍ୱ କମିଶନଙ୍କ ନିର୍ଦ୍ଦେଶ ପରେ ୨୪ ବର୍ଷ ତଳେ ହୋଇଥିବା ଜାଲିଆତି ସାମ୍ନାକୁ

ଆଉ ୧୧୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ୧୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୦୭୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

ବାଘ ମୃତ୍ୟୁ ଘଟଣାରେ: ୬ ଗିରଫ

ଗଞ୍ଜାମ: ବୁଗୁଡ଼ା ବନାଞ୍ଚଳର କଲରାପତରିଆ ବାଘ ମୃତ୍ୟୁ ଘଟଣା । ଫାଶ ପକାଇ ଥିବା ୬ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ଏନେଇ ସୂଚନା ଦେଇଛନ୍ତି ବୁଗୁଡ଼ା ବନଖଣ୍ଡ ଅଧିକାରୀ ଫକୀର ବେହେରା । ଗତ ୨୮ ତାରିଖରେ ବାରହା ଶିକାର ପାଇଁ ବସାଯାଇଥିବା ଫାଶରେ ପଡ଼ିଥିଲା କଲରାପତରିଆ ବାଘ । ତେବେ

ଭଦ୍ରକରେ ଗୁରୁମନ୍ତ୍ର ଦେବେ ବିଜେଡ଼ି ସୁପ୍ରିମୋ

ଭଦ୍ରକ: ଭଦ୍ରକରେ ଆଜି ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ । ଏନେଇ ପ୍ରସ୍ତୁତ ହୋଇଛି ଭଦ୍ରକ ନେହେରୁ ଷ୍ଟାଡିୟମ । କାର୍ଯ୍ୟକ୍ରମରେ ସାମିଲ ହେବେ ଦଳର ବହୁ ଯୁବନେତା । ଭର୍ଚୁଆଲ ମାଧ୍ୟମରେ ଯୁବ ଛାତ୍ର ନେତା ଏବଂ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।

୩ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ବର: ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜି ଠାରୁ ୩ ଦିନ କରୋନା ଟିକାକରଣ ବନ୍ଦ ରହିବ । ଆଜିଠାରୁ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ ଟିକା ଦିଆଯିବ ନାହିଁ । ତେବେ ୩ ତାରିଖଠାରୁ ରାଜ୍ୟରେ ପୁଣିଥରେ ଟିକାକରଣ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ