Odia News Portal

ଭ୍ୟାକ୍ସିନ ସେଣ୍ଟରରେ ପହଁଚିଲା କୋଭିସିଲ୍ଡ

ଭୁବନେଶ୍ୱର: ବିମାନବନ୍ଦରରୁ ସିଧା ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ଗଲା କୋଭିସିଲ୍ଡ ଟିକା । ଅପରାହ୍ନ ୩ଟା ୪୦ ମିନିଟରେ ଭୁବନେଶ୍ୱରରେ ଟିକା ପହଁଚିବା ପରେ ୩ଟି ସ୍ୱତନ୍ତ୍ର ଭ୍ୟାକ୍ସିନ୍ ଭ୍ୟାନ ଯୋଗେ ରାଜ୍ୟ ଟୀକା ଭଣ୍ଡାରକୁ ଆସିଛି କୋଭିସିଲ୍ଡ ଟିକା । ତେବେ ପୁଣେର ସେରମ

ସାଇନା ନେହୱାଲଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହୱାଲ୍ କରୋନାରେ ସଂକ୍ରମିତ । ସାଇନା ନେହୱାଲ୍ ବର୍ତ୍ତମାନ ୟୋନେକ୍ସ ଥାଇଲାଣ୍ଡ ଓପନ ସୁପର ୧୦୦୦ ଟୁର୍ନାମେଣ୍ଟରେ ଅଂଶ ଗ୍ରହଣ କରିବାକୁ ଯାଉଥିଲେ। ଏହି ଟୁର୍ନାମେଣ୍ଟ ଜାନୁଆରୀ ୧୨ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାର ଥିଲା। କିନ୍ତୁ ଏବେ

ଓଡ଼ିଶାରେ ପହଞ୍ଚିଲା କରୋନା ଟିକା

ଭୁବନେଶ୍ୱର: ଆସିଲା ବଡ଼ ଖୁସି ଖବର | ଓଡ଼ିଶାରେ ଆସି ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଥିବା ବେଳେ ଏହା ଏବେ ଓଡ଼ିଶାରେ ପହଞ୍ଚିଛି । ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାକୁ ୪୦ ହଜାର ୮୦୦ ବୋଟଲ ପଠାଇଛି

କୃଷି ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ୩ଟି କୃଷି ଆଇନ ଉପରେ ମାନ୍ୟବର ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୃଷି ଆଇନ ଲାଗୁ ହୋଇପାରିବନି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । କୃଷି ଆଇନକୁ ନେଇ ୪ଟି ସଦସ୍ୟ ବିଶିଷ୍ଟ କିମିଟି ଗଠନ

ପରୀ ମୃତ୍ୟୁ ତଦନ୍ତ ପାଇଁ ଏସ୍‌ଆଇଟିକୁ ମହଲତ

ନୟାଗଡ଼: ହାଇକୋର୍ଟରେ ନୟାଗଡ ପରୀ ମୃତ୍ୟୁ ମାମଲା । ଏସ୍‌ଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇନି ଷ୍ଟାଟସ ରିପୋର୍ଟ। ଏସଆଇଟି ଦେଇଥିବା ପୂର୍ବ ରିପୋର୍ଟକୁ ଅନୁଧ୍ୟାନ କରିଛନ୍ତି କୋର୍ଟ । ଅଧିକ ତଦନ୍ତ ପାଇଁ ଏସଆଇଟିକୁ ୨ ମାସ ସମୟ ଦେଇଛନ୍ତି ହାଇକୋର୍ଟ । ତେବେ ହାଇକୋର୍ଟ ଏସଆଇଟିକୁ ଆଜି

କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳା ପତାକା ପ୍ରଦର୍ଶନ | ନାଲକୋ ଛକରେ ଅହେତୁକ ତେଲ ଦର ବୃଦ୍ଧି ଓ କୃଷି ଆଇନ ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଯୁବ କଂଗ୍ରେସର ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସ

ଓଡ଼ିଆ ପୁଅ ସୁବ୍ରତ ସାହୁଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର: ୧୯୯୨ ବ୍ୟାଚ୍‌ର ଓଡ଼ିଆ ଆଇଏଏସ୍‌ ଅଧିକାରୀ ସୁବ୍ରତ ସାହୁ ଏବେ ଛତିଶଗଡ଼ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଭାର ତୁଲାଇବେ। ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ ଯାଇଥିବାରୁ ତାଙ୍କ ସ୍ଥାନରେ ଆଇଏଏସ୍‌ ସୁବ୍ରତ ସାହୁଙ୍କୁ ନିଯୁକ୍ତ

ପୋଲ ଭୁଶୁଡିବା ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍‌

ନବରଙ୍ଗପୁର: ଉମରକୋଟ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡିବା ଘଟଣାରେ ପୋଲ ଭୁଶୁଡି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି । ସେପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆକ୍ସନ୍ ମୋଡକୁ ଆସିଛି ପ୍ରଶାସନ । ଆଜି ୩ଜଣ ତଦନ୍ତକାରୀ ଟିମ୍‌