Odia News Portal

ଗଳିକନ୍ଦିରେ ଲଗାନ୍ତୁ ପୋଷ୍ଟର : ଅପରାଜିତା

ଭୁବନେଶ୍ୱର: ରାଜଧାନୀରେ ପହଞ୍ଚିଲେ ସାଂସଦ ଅପରାଜିତା | ଆଜି ଦିଲ୍ଲୀରୁ ଭୁବନେଶ୍ୱର ଆସି ପହଞ୍ଚିଛନ୍ତି ସାଂସଦ ଅପରାଜିତା ଷଢଙ୍ଗୀ |ତେବେ ଭୁବନେଶ୍ୱର ପହଞ୍ଚିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କ ନିଖୋଜ ପୋଷ୍ଟର ଲଗାଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି | ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ କାହିଁକି ଚୁପ ବୋଲି କହି ଅପରାଜିତାଙ୍କ ନିଖୋଜ ପୋଷ୍ଟର ଲଗାଯାଇଥିଲା ।

ତେବେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସାଂସଦଙ୍କ ନିଖୋଜ ପୋଷ୍ଟର ଲଗାଯିବା ଘଟଣାରେ ସାଂସଦ ଅପରାଜିତା ପ୍ରତିକ୍ରିୟାରେ କହିଛନ୍ତି, ଭୁବନେଶ୍ୱରରେ ପୋଷ୍ଟର ଲଗାଇବା ସମୟରେ ସେ ସଂସଦରେ ଉପସ୍ଥିତ ଥିଲେ । ଜାନୁଆରୀ ୨୯ରୁ ଫେବୃଆରୀ ୧୩ ବଜେଟ୍ ଅଧିବେଶନ ଥିବାରୁ ସେ ସଂସଦରେ ଉପସ୍ଥିତ ଥିବା ବେଳେ ପୋଷ୍ଟର ଲାଗିବା କଥା ଜାଣିବାକୁ ପାଇଥିଲେ ।ତେବେ ଆସନ୍ତା ମାର୍ଚ୍ଚରେ ମଧ୍ୟ ସେ ସଂସଦରେ ଉପସ୍ଥିତ ରହିବେ । ଏକଥା କହି ପୁଣି ପୋଷ୍ଟର ଲଗାନ୍ତୁ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।ପ୍ରଥମ ଥର ବହୁତ କମ ପୋଷ୍ଟର ଲଗାଯିବା କଥା କହିଛନ୍ତି ଅପରାଜିତା | ଏହିଥର ପ୍ରତି ଗଳିକନ୍ଦିରେ ପୋଷ୍ଟର ଲଗାଇବାକୁ ଆହ୍ୱାନ ଦେଇଛନ୍ତି ସାଂସଦ |