Odia News Portal

ସ’ ମିଲରେ ଭୟାବହ ଅଗ୍ନିକାଣ୍ଡ

ବାଲେଶ୍ୱର() ବାଲେଶ୍ୱର ଗଡଗଡିଆ ଛକ ନିକଟରେ ଥିବା ସ’ ମିଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ନିଆଁ ଲିଭା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ।ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ନିଆଁ ଲାଗିବାର…

ଏଣିକି ଏହି ଆପ୍ ଡାଉନ୍‌ଲୋଡ୍ କରିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ : ସରକାରୀ ଏବଂ ଘରୋଇ କର୍ମଚାରୀଙ୍କ ପାଇଁ ଆରୋଗ୍ୟ ସେତୁ ମୋବାଇଲ୍‌ ଆପ୍‌କୁ ବାଧ୍ୟତାମୂଳକ କରିଛନ୍ତି ସରକାର । କରୋନା ମୁକାବିଲାକୁ ତ୍ୱରାନ୍ୱିତ କରିବା ଏହାର ଲକ୍ଷ୍ୟ । କମ୍ପାନି ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ ନିଜର ସମସ୍ତ କର୍ମଚାରୀଙ୍କୁ ଆରୋଗ୍ୟ ସେତୁ ଆପ୍‌ରେ…

ବଡଧରଣର ଏନ୍‌କାଉଣ୍ଟରରେ ୫ ଯବାନ ସହିଦ୍‌, ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର :  ଜମ୍ମୁ-କାଶ୍ମୀର ହିନ୍ଦଓ୍ଵାଡାରେ ବଡଧରଣର ଏନ୍‌କାଉଣ୍ଟର। ଆତଙ୍କବାଦୀଙ୍କ ଗୁଳିରେ ୨ ବରିଷ୍ଠ ଅଫିସରଙ୍କ ସମେତ ୫ ଜଣ ସହିଦ୍‌ ହୋଇଛନ୍ତି। ସେନାର ପାଲଟା ଆକ୍ରମଣରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗତକାଲି ଯବାନ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେନା…

କ୍ୱାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ସୁରତ ଫେରନ୍ତା

ଗଞ୍ଜାମ()  ରାଜ୍ୟରେ କରୋନା ଆକ୍ରାନ୍ତ ବଢିଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାର କ୍ୱାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଛନ୍ତି ସୁରତ ଫେରନ୍ତା । ୨ଟି ସ୍କୁଲରେ କ୍ୱାରେଣ୍ଟାଇନରେ ଥିବା ୧୫୦ରୁ ଅଧିକ ଜଣ ଚମ୍ପଟ ମାରିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୫୦ରୁ ଅଧିକ ଲୋକଙ୍କୁ କାବୁ କରିଛି…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ବାଲେଶ୍ବର ଜିଲ୍ଲାର । ତେବେ ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ହୋଇଛି ।  ଆକ୍ରାନ୍ତ ୩୪ ବର୍ଷୀୟ ଯୁବକ ହୋଇଥିବା ବେଳେ ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ମିଳିଛି । ଏହାସହ ଓଡ଼ିଶାରେ…

ସୋଆ ବିଶ୍ୱବିଦ୍ୟାଳୟ – କୋଭିଡ୍‌ ୧୯ ଯୁଦ୍ଧରେ ପ୍ରମୁଖ ଭୂମିକାରେ

ଭୁବନେଶ୍ୱର()ମନ ଜିଣୁଛି ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା କରୋନା ସଚେତନତା କୁ ନେଇ ପ୍ରସ୍ତୁତ ହୋଇଥିବା ଭିଡ଼ିଓ । କୋଭିଡ 19 ଯୁଦ୍ଧରେ ପ୍ରମୁଖ ଭୂମିକା ନେଇଥିବା ସୋଆ ଜନସାଧାରଣଙ୍କୁ ସତର୍କ ଓ ସଚେତନ କରିବା ନିମନ୍ତେ ଏହି ଭିଡିଓ ପ୍ରସ୍ତୁତ କରିଛି । ଭିଡିଓ ଟି ରିଲିଜ ହେବା ପରେ ସୋସିଆଲ…

ବିଏମଡବ୍ଲୁ ଗ୍ରୁପ ଇଣ୍ଡିଆ ପକ୍ଷରୁ ଡାକ୍ତରଙ୍କ ପାଇଁ ସ୍ୱତନ୍ତ୍ର ସର୍ଭିସ

ଭୁବନେଶ୍ୱର : ବିଏମଡବ୍ଲୁ ଗ୍ରୁପ ଇଣ୍ଡିଆ ପକ୍ଷରୁ ଏକ ବିଏମଡବ୍ଲୁ କିମ୍ବା ମିନି କାର କିମ୍ବା ଏକ ବିଏମଡବ୍ଲୁ ମୋଟରାଡ ବାଇକର ମାଲିକତ୍ୱ ଥିବା ତଥା ଏହି ଭୟଙ୍କର ମହାମାରୀ କୋଭିଡ-୧୯ ସହ ଲଢ଼ିବା ପାଇଁ ଦିନରାତି ନିଃସ୍ୱାର୍ଥପର ଭାବେ କାର୍ଯ୍ୟକରି ଆସୁଥିବା ଡାକ୍ତରମାନଙ୍କ ପାଇଁ ସ୍ୱତନ୍ତ୍ର…

ଓଡିଆଙ୍କୁ ନେଇ ଗଂଜାମ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ() ସୁରତରୁ ଓଡିଆଙ୍କୁ ନେଇ ଗଂଜାମ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ । ଆଜି ସକାଳ ନାଗପୁର ଆମରାବତୀ ଜାତୀୟ ରାଜପଥ ନିକଟରେ ଏହି ବସଟି ଓଲଟି ପଡିଛି । ଏହି ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଆମରାବତୀ ନିକଟସ୍ଥ କରଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ରାଜ୍ୟରେ  ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ  ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ଝାରସୁଗୁଡା ଜିଲ୍ଲାର ।ଏହା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ ରେ ପଂହଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ମୋଟ ୩ଜଣ କରୋନା…

ରନ୍ଧାଖାଦ୍ୟ ମିଳିନଥିବା ଅଭିଯୋଗ ଆଣିଲେ ଡିପଲ ନଗର ଭିନ୍ନକ୍ଷମ

କୁକୁଡ଼ାଖଣ୍ଡି : କୁକୁଡ଼ାଖଣ୍ଡି ନିକଟବର୍ତ୍ତୀ ଆଙ୍କୁଶପୁର ପଞ୍ଚାୟତ ଅନ୍ତର୍ଗତ ଲେପ୍ରସି କଲୋନୀ କୁହାଯାଉଥିବା ଡିପଲ ନଗର ବାସୀଙ୍କୁ ପଞ୍ଚାୟତ ପକ୍ଷରୁ ରନ୍ଧା ଖାଦ୍ୟ ମିଳିନଥିବା ନେଇ ଅଭିଯୋଗ କରିଛନ୍ତି । କୁକୁଡ଼ାଖଣ୍ଡି ଠାରୁ ମାହୁରୀ କାଳୁଆ ରାସ୍ତାରେ ଥିବା ଏହି କଲୋନୀରେ…